STORYMIRROR

CHITTARANJAN DEHURY

Romance

3  

CHITTARANJAN DEHURY

Romance

ମଧୁରାତି -ଏକ ଗଜଲ

ମଧୁରାତି -ଏକ ଗଜଲ

1 min
208

କୁହ ତୁମେ ଆଉ କେତେ ରାତି ବାକି ଅଛି 

ପଚାରନା ଆଉ କେତେ ତାତି ବାକି ଅଛି ।

ପଡ଼ିଗଲା ଯବନିକା ଚୋରା ପୀରତିରେ

ଛାପିଦେବା ଆଉ କେତେ ସ୍ମୃତି ବାକି ଅଛି ।


ନଈ ଭଳି ଧାଇଁଛି ମୁଁ ସାଗର ମୁହାଣେ

ସୁମର ନା' ଆଉ କେତେ ଇତି ବାକି ଅଛି ।


ଜାଳିଦିଏ ତନୁମନ ପ୍ରଣୟ ଆସକ୍ତି

(ପଚାରନା)ପତଙ୍ଗକୁ ଆଉ କେତେ ନୀତି ବାକି ଅଛି ।


ଦେଇତ ସାରିଛ ପାଦ ଅଜଣା ଦୀପରେ

ଭୁଲିଯାଅ ଆଉ କେତେ ଭୀତି ବାକି ଅଛି ।


କହେ 'ମୁନ୍ନା' ତୁମେ ନିଆଁ ହୃଦୟେ ଲଗାଇ

ଜାଳିଯାଅ ଆଉ କେତେ ବସ୍ତି ବାକି ଅଛି ।



Rate this content
Log in

Similar oriya poem from Romance