STORYMIRROR

CHITTARANJAN DEHURY

Abstract Romance Classics

4  

CHITTARANJAN DEHURY

Abstract Romance Classics

ନୀରବତାର ଗୁଞ୍ଜରଣ

ନୀରବତାର ଗୁଞ୍ଜରଣ

1 min
268


ନିଆଁକୁ ଲିଭେଇ ପାରିବ କି କୁହ ନରମ କୋମଳ ପରଶରେ

ନିଚ୍ଛକ ସତଟେ କହିବ କି ଖୋଲି ନରମ ଗୋଲାପି ଓଠ ଧାରେ..!!


ନିରୀହ ମନକୁ ପଚାର କି ତୁମେ ନିଶବ୍ଦ କାହିଁକି କୋଳାହଳେ

ନିତି ଆସୁଥିବା ସପନ କି ତୁମେ ନତମସ୍ତକ କିବା ନିଶ୍ଚଳେ..!

ନିଭେଇ ପାରିନି ଦାୟିତ୍ୱ କି କୁହ ନିସ୍ୱ ଅଭିନୟେ ଦିନ ସାରେ

ନିଆଁକୁ ଲିଭେଇ ପାରିବ କି କୁହ ନରମ କୋମଳ ପରଶରେ..!!


ନିର୍ଜୀବ ବି କହେ ଶୁଣିନ କି କୁହ ନିଜରପଣିଆ ନଈ ଧାରେ

ନିର୍ବାକ କଳାର ଶବଦ କି ତୁମେ, ନିପୁଣ କି ତୁମେ ସହିବାରେ..!!


ନିର୍ଜନ ସାଗର ବେଳାର କି ତୁମେ ନୀରବିତ ଶୁଷ୍କ  ପାଦଚିହ୍ନ

ନିଖୁଣ କଳାରେ ଗଚ୍ଛିତ କି ତୁମେ ନଭଶ୍ଚୁମ୍ବୀ ଜୀର୍ଣ୍ଣ ସ୍ଥାପତ୍ୟନ..!

ନିଃସନ୍ଦେହେ କୁହ ବନ୍ଦିନୀ କି ତୁମେ ନଗ୍ର ମଧ୍ୟେ ସୁକ୍ଷ୍ମ ସିନ୍ଦୁକରେ

ନିଚ୍ଛକ  ସତଟେ କହିବ କି ଖୋଲି ନରମ ଗୋଲାପି ଓଠ ଧାରେ..!!


ନୀର ଗୋପନରେ ଲୁଚିଛି କି କୁହ ନାରିକେଳ ଗର୍ଭେ ସରମରେ

ନୀରବତା ସମ ନିଃଶ୍ୱାସ କି କେବେ ନିଶ୍ଚିନ୍ତରେ ତିଳେ ଥମିପାରେ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract