ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ଓଡିଆ ସଂସ୍କୃତି ପରମ୍ପରା ନୀତି
ଅଟଇ ଅତି ନିଆରା
ବାର ମାସେ ଆମ ତେରଟି ପରବ
ପାଳୁଅଛୁ ବସୁନ୍ଧରା ।
ପଉଷ ମାସରେ ମକର ସଂକ୍ରାନ୍ତି
ଆସିଅଛି ଆଜି ଧରା
ଗାଆଁଠୁ ସହର ପଲ୍ଲୀଠୁ ନଗର
ଛୁଟିଛି ଖୁସି ପସରା ।
ମକର ଚାଉଳେ ରାଶି ଗୁଡ ପଡି
ମକର ଜାଉଟି ପରା
ମକରାସୁରରକୁ ବଧି ଥିଲେ ହରି
ମକରରେ ଏଇ ଧରା ।
ମକରରେ ଗୁଡି ଆକାଶରେ ଉଡେ
ଦେଖି ହୋନ୍ତି ଆତ୍ମହରା
ରଙ୍ଗ ବେରଙ୍ଗର କେତେ ଗୁଡି ଉଡି
ମନ ମୋହୁ ଥାଏ ପରା ।
ରାଶି ହଳଦୀକୁ ଶିଳରେ ବାଟିକି
ଲଗେଇବା ବିଧି ପରା
ଦେହରେ ଲଗେଇ ଗାଧୋଇ ପଡିଲେ
ଦିଶୁଥାନ୍ତି କେତେ ତୋରା ।
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ
ଉତ୍ତରାୟଣରେ ପରା
ମକର ସଂକ୍ରାନ୍ତି ଦିନ ଭୀଷ୍ମ ଦେବ
ଦେହ ତ୍ୟାଗ କଲେ ଧରା ।
ମକରଠୁ ଶୀତ କମି ଆସିଥାଏ
ଟାଣ ହେଇଥାଏ ଖରା
ଫକିର ମୋହନ ମକର ସଂକ୍ରାନ୍ତି
ଦିନ ଜନ୍ମ ହେଲେ ଧରା ।
ମକର ମେଳାରେ ଦେବୀଙ୍କ ପାଖରେ
ଭିଡ ଲାଗିଥାଏ ଅତି
ପୂଜା ପଦ୍ଧତିରେ ସୁଅ ଛୁଟି ଥାଏ
ହୃଦୟେ ଭରା ଭକତି ।
ମକରଠୁ ଦିନ ବଡ ହୋଇଥାଏ
ଛୋଟ ହେଇଥାଏ ରାତି
ଅଭୁଲା ସ୍ମୃତିଟି ମକର ସଂକ୍ରାନ୍ତି
ଇଏତ ଆମ ସଂସ୍କୃତି ।।
