କିଏ ତୁଳନାରେ ତୋର !
କିଏ ତୁଳନାରେ ତୋର !
କିଏ ପଟାନ୍ତର ତୋର
ସୁଜି କି ପାରିବି
ଋଣର ମୁଁ ଭାର
କରି ଦେବୁ ନାହିଁ ପର !
ସହି ଗର୍ଭେ ଗର୍ଭ ଭାର !!
ଜନନୀ ହେ ମୋର
କରିବୁ ନି ଦୂର,
ଆଶୀର୍ବାଦ ନିରନ୍ତର !
ଦଶ ମାସ ଗର୍ଭ ଭାର !!
ଦୁଃଖର ଅମ୍ବାର
ସନ୍ତାନ ସ୍ନେହର
ବାନ୍ଧି ଅଛୁ ପ୍ରେମ ଡୋର !
ଦେଖିଲି ଦୁନିଆ ମାତା !!
ଥିଲା ତୋ ମମତା
ପ୍ରୀତି ଓ ସ୍ନେହତା
ଜନ୍ମଦାତ୍ରୀ ଜନ୍ମ ଦାତା !
ଅଟୁ ମା ତୁହି ମୋ ଗର୍ବ !!
ତୁହି ମୋର ସ୍ବର୍ଗ
ବୈକୁଣ୍ଠର ଭବ୍ୟ
କରୁ ଥିବୁ ମା ଆଶିଷ !
ରଖିବି ମୁଁ ସମଭାବ
ନ ରହୁ ଅଭାବ
ରହୁ ସେବାଭାବ
ଥିବ ତହିଁ ପ୍ରେମ ଭାବ !!
ଦିଅଁ ଦେବତା ମୋର !!
କର୍ତ୍ତବ୍ୟ ପଥର
କରୁଣାର ଧାର,
ଦେଲୁ ସଂସ୍କୃତି ସଂସ୍କାର !
