STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମଲିଫୁଲ

ମଲିଫୁଲ

1 min
64


ଘର ବଗିଚାରେ


ଦିଶୁ ତୁ ସୁନ୍ଦର


ସୁରଭିତ ଅମ୍ଳଜାନେ !


କେଡ଼େ ସୁବାସିତ


ସଂଯୁକ୍ତ ସମୀର


ରୋମାଞ୍ଚିତ କରୁ ମନେ !!


ଅଳ୍ପ କାଳ ପାଇଁ


ରହୁ ତୁହି ଡାଳେ


ଅନ୍ୟେ ଦେଉ ଖୁସି ଭରି !


ଜନମ ସାର୍ଥକ


ତୋର ମଲିଫୁଲ


କଢିରୁ ଫୁଲକୁ ଧରି !!


ଦିଅଁଙ୍କ ପୂଜନେ


ତୁହି ମଲିଫୁଲ


ସୁନ୍ଦର ଭେଟି ଭକ୍ତର !


ତୋର ଜନ୍ମ ଧନ୍ୟ


ଗନ୍ଧ ବାସ୍ନା ଭରା


ଦୂରରୁ ଦିଶୁ ସୁନ୍ଦର !!


ତାରା ପରି ଦିଶେ


ମଲିଫୁଲ ବୃକ୍ଷେ


ଶୁକ୍ଳ ସ୍ବଚ୍ଛ ତାରା ଗଣ


ମନ ଟାଣି ନିଏ


ସୌନ୍ଦର୍ଯ୍ୟ ତୋହରି


ତୋ ଜୀବନ ଅଳ୍ପ କ୍ଷଣ !!


ସୁଗନ୍ଧିତ କରେ


ପବିତ୍ର ଧରଣୀ


ଫୁଲ ଗଛ ଲଗେଇବା !


ସ୍ବସ୍ଥ୍ୟ ସେ ରଖିବ


ଶୁଦ୍ଧ ବାୟୁ ଦେଇ


ରାଷ୍ଟ୍ର ହିତେ ଲଗେଇବା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract