STORYMIRROR

Lata Behera

Abstract

4  

Lata Behera

Abstract

ସଂକୀର୍ତ୍ତନ

ସଂକୀର୍ତ୍ତନ

1 min
76


ଏ ଭବ ସାଗରୁ ଉଦ୍ଧାର ନିମିତ୍ତେ

   ଏକା ହରି ନାମ ସାର

ସେଇ ହରି ନାମ ମହିମା ଅପାର

   ଖୋଲଇ ମକତି ଦ୍ୱାର ।


ସେଇ ନାମ ଜପି ଅଜାମିଳ ପାପୀ

   ପାପରୁ ହେଲା ଉଦ୍ଧାର 

ନାମ ସଂକୀର୍ତ୍ତନ ଶକ୍ତିଟି ଅନେକ

   ଯମ ଦଣ୍ଡ କରେ ଦୂର । 


ଭବ ଭକତିରେ ଶ୍ରଦ୍ଧା ବିଶ୍ବାସରେ

   ଜପୁ ଥିଲେ ନାମ ତାର

ଛୁଇଁ ପାରେ ନାହିଁ ନରକ ଯନ୍ତ୍ରଣା 

   ମିଳଇ ବୈକୁଣ୍ଠ ପୁର ।


ନାମ ସଂକୀର୍ତ୍ତନ ଶୁଭେ ଯେତେ ଦୂର

    ପାପ ହେଇଯାଏ ଦୂର

ତାହାର ପ୍ରଭାବେ ଧର୍ମ ପ୍ରାପ୍ତ ହୁଏ

    ପୁଣ୍ୟ ମିଳଇ ଅପାର ।


ଯମ କାଳ ଦାଣ୍ଡ ଫାଶରୁ ନିସ୍ତାର

   ହରେ ରାମ ନାମ ସାର 

କୋଟି ଜନ୍ମ ପାପ କ୍ଷୟ ହୋଇଯାଏ

   ନାମଟି ଥିଲେ ତୁଣ୍ଡର ।


ଯେତେ ବଡ ପାପୀ ହେଉ ସେ ସଂସାରେ

    ମୁକ୍ତି ଅନିର୍ବାଯ୍ୟ ତାର 

ନାମ ସଂକୀର୍ତ୍ତନ ପ୍ରଭାବ ଏମିତି

  କ୍ଷଣିକେ ପାପ ଅନ୍ତର ।


ଏ କଳି ଯୁଗରେ ନାମ ସଂକୀର୍ତ୍ତନେ 

   ନାମ ରସାମୃତ ସାର

କୃଷ୍ଣ ନାମ ରସାମୃତ ପାନ କରି

   ମୁକତି ଲଭନ୍ତି ନର । 


ନାମ ସଂକୀର୍ତ୍ତନ ଠାରୁ ବଡ ଆଉ

   କିଛି ନାହିଁ ଜଗତର

ପୁଣ୍ୟର ପସରା ଗତି ମୁକ୍ତି ଦାତା

   ଧର୍ମର ସେ ଗନ୍ତାଗର ।


ଯେଉଠି ସଂକୀର୍ତ୍ତନ ହୁଏ ତ ସେଠି

   ଝରୁଥାଏ ପୁଣ୍ୟ ଝର

ପାପୀ ହେଉ ଅବା ହେଉ ସିଏ ତପୀ

   ଭବରୁ ପାଏ ଉଦ୍ଧାର ।


ସେ ହରି ଚରଣେ ନେଉଛି ଆଶ୍ରୟ 

   କରୁଛି କୋଟି ଜୁହାର

ଏ ଭବ ସାଗର କଷ୍ଟରୁ ଉଦ୍ଧାର 

   ଆହେ ପ୍ରଭୁ ଚକ୍ରଧର ।



Rate this content
Log in

Similar oriya poem from Abstract