STORYMIRROR

Satyabati Swain

Abstract

4  

Satyabati Swain

Abstract

ଅଣଲେଉଟା

ଅଣଲେଉଟା

1 min
14


ପାଦେ ପାଦେ ଆଗେଇ ଯାଉଛି

ପାଖେଇ ପାଖେଇ ଆସୁଛ ତୁମେ

ବାହୁ ମେଲି ଡ଼ାକୁଛ ମୋତେ

ଅନ୍ତରଙ୍ଗ ଆଲିଙ୍ଗନ ପାଇଁ।।


ବହୁତ କଳ୍ପନା ଯୋଜନା ମୋ

ଅଣ୍ଟାରୁ ସରିଛି ପଇସା

ସଉଦା କିନ୍ତୁ ସରିନି କିଛି ବାକି ଅଛି

ଏବେ ବି ଉତୁରିନି ନିଶା।।


ଥକି ଗଲେଣି ହାତ ପାଦ ବୟସ ବି

ଏଇ ବୋଧେ ସଂଜ ହେବ

ଖଇ କଉଡ଼ି ମୃଦଙ୍ଗ ଝାଞ୍ଜ ହରିନାମେ

ଅଣଲେଉଟା ସଵାରୀ ମୋ ଉଠିବ।


ସବୁ ଜାଣି ସବୁ ବୁଝି କାହିଁକି ହୁଏ

ମନ ମୋ ଆବାଧ୍ୟ ଚଗଲା

ଅଳିକ ସଂସାର କିଛି ନୁହେଁ ମୋର

ତଥାପି ପାଇବାକୁ ପାଗଳା !


ସୁଧୁରୀ ଯା ମନ ବେଳ ଥାଉ ଥାଉ

ଜାଣିଛୁ କି ଚାଲିବୁ କେତେ ଦୂର ?

ମୁଦିବା ପୂର୍ବରୁ ଆଖି ମଣିଷ ହୃଦେ

କରି ଯାଆ ରେ ନିର୍ବୋଧ ତୁ ଘର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract