STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାଷା ପ୍ରେମ !

ଭାଷା ପ୍ରେମ !

1 min
53


ମାତୃଭାଷା ଜୀବନର, ଗୌରବର


     ଅମୂଲ୍ୟ ସମ୍ପଦ,


କରିବା ସୁରକ୍ଷା ବନ୍ଧୁ,ଖୁସି ମନେ,


     ଜୀବନ ଆହ୍ଲାଦ !!


ପଢ଼ିବେ ସନ୍ତାନ ଭାଷା, ଓଡିଆକୁ,


    କରିଣ ଆଦର,


ଭାଷା ଶିକ୍ଷା ରତ୍ନ ପୁଣି,ମିଳିଯିବ


    ଶିଶୁଙ୍କୁ ଆମର !!


ଓଡ଼ିଆ ଭାଷା ମହତ୍ତ୍ଵ, ଗୁଞ୍ଜୁଥିବ


    ଓଡ଼ିଆ ଭୂଇଁର,


କର୍ତ୍ତବ୍ୟ ପଥରେ ରହି,ଅନୁକ୍ଷଣ,


    ସୁରକ୍ଷିତ କର !!


ଜରୁରୀସେ ଜନତାର,ଜାଗରଣ


     ଅନ୍ତର ଭିତର


ପ୍ରେମ ପ୍ରୀତିର ଗୁଞ୍ଜନ,ଅହରହ


    ଭାଷାର ଆଦର !!


ଚକାଡୋଳା କୃପା ଦୃଷ୍ଟି,ହରିନେବ


     ଦୁର୍ଦ୍ଦଶା ଆମର,


କୃପାର ଶିକ୍ଷା ଚନ୍ଦନ, ଦାନ ଦେବ


    ହେ କରୁଣାକର !!

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract