STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
198


ଶୂନ୍ୟ ଆକାଶରେ ଭସା ବାଦଲରେ 

ତୁମ ମୁହଁ ଦିଶିଯାଏ

କାହିଁ କେତେଦିନୁ ଦେଖିନି ତୁମକୁ

ମନ ମୋର ଝୁରି ହୁଏ।


ଦିନ ଅବା ରାତି ବିଚଳିତ ମନ

ସଦା ଚାହିଁ ରହିଥାଏ

ତୁମ ସେ ରୂପକୁ ଦେଖିଦେଲେ ଥରେ

ନଜର ମୋ ଲାଖିଯାଏ।


କି ମାୟା ଲଗାଇ ମନ ନେଲ ମୋହି

ଭାବେନା ମୁଁ ଆଉ କିଛି

ଭାବ ଵିନୋଦିଆ ଭାବର ଠାକୁର

ବାଟକୁ ଚାହିଁ ବସିଛି।


ମିଛ ଦୁନିଆରେ ମୋହର ସଂସାରେ

ହେଲିଣି ଅଥୟ ଭାରି

ଜୀବନ ଜଞ୍ଜାଳ ହୁଏ ଅସମ୍ଭାଳ

ସହ୍ୟ ନ କରଇ ପାରି।


ତେଣୁ ମୋର ମନ ହୁଅଇ ଅସ୍ଥିର

ଚିତ୍ତ ହୁଏ ଆନମନା

ଜଗତ ଠାକୁର ତୁମେ ସବୁ ମୋର

କରନି ଆଉ ଛଳନା।


ଜଗତକରତା ତୁମେ ରକ୍ଷାକର୍ତ୍ତା

କୃପା କର କୃପାସିନ୍ଧୁ

ତୁମର ଆଶିଷ ଢାଳିଦେଇ ପ୍ରଭୁ

ଦୟାକର ଦୀନବନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy