STORYMIRROR

Bharatabandhu Biswal

Tragedy

3  

Bharatabandhu Biswal

Tragedy

ବନ୍ଦୁକ ମୂନରେ ଜୀବନ

ବନ୍ଦୁକ ମୂନରେ ଜୀବନ

1 min
394


ସଇତାନ ମୂର୍ଖ ପାଷଣ୍ଡ ବର୍ବର

ଧର୍ମାନ୍ଧ ହୋଇଣ ମେଳି

ଭାବୁଛନ୍ତି ବଳେ କରିବେ ଶାସନ

ଦେଖାଇ ବନ୍ଦୁକ ଗୁଳି ।


ପଶୁବଳେ ସିଏ ବନ୍ଦୁକ ମୂନରେ

ଦେଖାଇ ମରଣ ଭୟ

ହାସଲ କରିବେ ଶାସନର ଗାଦି

ହେଉ ଯେତେ ରକ୍ତ କ୍ଷୟ ।


ଆତଙ୍କକୁ କରି ପ୍ରଧାନ ଆୟୂଧ

ପୃଥିବୀ କରିବେ ଜୟ

ହୁକୁମ ତାଙ୍କର ଅବ୍ୟାହତ ଭାବେ

ହେବ ସର୍ବ ଜନମାନ୍ୟ ।


ଭୋଗ କରିବେ ସେ ସୁଖ ଓ ସମ୍ପଦ

ଦେଖାଇ ଆସୁରୀ ବଳ

ଅତ୍ୟାଚାର କରି ହୋଇବେ ସେମାନେ

ଜଗତର ଅଧୀଶ୍ୱର ।


ସତ୍ୟ ଧର୍ମ ନ୍ୟାୟ ଶାନ୍ତି ମୈତ୍ରୀ ପ୍ରୀତି

ସୁମତି ସହାବସ୍ଥାନ

ଅଟେ ଅସଭ୍ୟତା ମୂର୍ଖଙ୍କ ବିଚାରେ

ବିପରୀତ ବୁଦ୍ଧି ଜ୍ଞାନ ।


ବୁଝନ୍ତି ନାହିଁ ସେ ଜୀବନର ମୂଲ୍ୟ

କଳା କାରିଗରୀ କିଛି

ଜାଣନ୍ତି କେବଳ ହତ୍ୟା ଓ ଲୁଣ୍ଠନ

ଐତିହ୍ୟକୁ ଭାଙ୍ଗି ରୁଜି ।


ବଞ୍ଚିବାକୁ ହେବ ସତ୍ୟ ଆଲୋକରେ

ବଜ୍ର କରି ନିଜ ମୁଷ୍ଠି

ନାଶିବାକୁ ହେବ କଳ୍ମଷ ଅନ୍ଧାର

ଅସୁର ବଳ ଅରାତି ।


 ------



Rate this content
Log in

Similar oriya poem from Tragedy