କଳଙ୍କିନୀ
କଳଙ୍କିନୀ
ଫଗୁଣ ପରଷେ କଳଙ୍କିନୀ ନୁହେଁ
ଆମ୍ବ ବଉଳର ବାସ
ଶ୍ରାବଣ ପରଷେ କଳଙ୍କିନୀ ନୁହେଁ
କଦମ୍ବ ଫୁଲର ରାସ ।
ଚନ୍ଦ୍ର ଜ୍ୟୋତ୍ସ୍ନାରେ ସାରା ରାତି କଇଁ
ମିଳନ କବିତା ଲେଖେ
ପୁଷ୍କରିଣୀ ଜଳେ ଦିବାକର ଛବି
କମଳ ନିରେଖି ଦେଖେ
ତଥାପି କାହିଁକି ସାରା ଦୁନିଆଟା
ମୋତେ କରେ ପରିହାସ ।
ଫଗୁଣ ପରଷେ ..............( ୧ )
ଭ୍ରମର ସ୍ପର୍ଶରେ ଗର୍ଭବତୀ ଫୁଲ
ଦିଅଁ ପାଦେ ପାଏ ପୂଜା
ମୁଁ କାହିଁକି କୁହ ତୁମରି ସ୍ପର୍ଶରେ
ରାଜଦାଣ୍ଡେ ପାଏ ସଜା
ଏ କିବା ବିଚାର ନାରୀଟିଏ ପାଇଁ
କି ଅବା କରିଛି ଦୋଷ ।
ଫଗୁଣ ପରଷେ.................( ୨ )
ତୁମ ଇସାରାରେ ପଙ୍କରେ ପଶିଛି
ତୋଳିବାକୁ ପଦ୍ମ କଢ଼
ଜୀବନରେ କେତେ ସହିଛି ସଂସାର
ନିନ୍ଦା ଅପବାଦ ଝଡ
ଏ ଦୁନିଆ ମୋତେ କାଳଙ୍କିନୀ କହି
ସଜେଇଛି ନୂଆ ବେଶ ।
ଫଗୁଣ ପରଷେ...................( ୩ )
