ନିଃସଙ୍ଗତା
ନିଃସଙ୍ଗତା
ଜୀବନର ଏଇ ଚଲାପଥେ ମୁଁ'ଯେ
ନିଃସଙ୍ଗ ବାଟୋଇ ଟିଏ,
ଫେରିବାର ପଥ ଭୁଲିଗଲେ କେବେ
ପଚାରିବି କାହିଁ କିଏ ।
ଭାଗ୍ୟେ ଲେଖା ଅଛି ନିଃସଙ୍ଗତା ମୋର
ଚାଲିବାକୁ ଦୂର ପଥ
ମୁଁ କାହିଁ ବୁଝିବ ଠିକଣା ଋତୁର
ବର୍ଷା, ବଇଶାଖ ,ଶୀତ
ନିର୍ଜନତା ଅବା କୋଳାହଳ ହେଉ
ଲୁହର ମଦିରା ପିଏ ।
ଜୀବନର ଏଇ ...............
ଜୀବନ ପଥରେ ଭେଟିଛି ଅନେକ
ସାଥି ସହୋଦର,ସଖା
ସ୍ୱାର୍ଥ ସରିଗଲେ ଯାଇଛନ୍ତି ଫେରି
ଖୋଲି ନିଜ ନିଜ ମୁଖା
ଅସ୍ତ ହେବା ଯାଏ ଜୀବନର ପଥ
ଏକା ସାଥେ ଥିବ ସିଏ ।
ଜୀବନର ଏଇ ....................
