STORYMIRROR

Preeti padma Dash

Abstract Tragedy Inspirational

3  

Preeti padma Dash

Abstract Tragedy Inspirational

ହେ ମହାତ୍ମା

ହେ ମହାତ୍ମା

1 min
372


ଗୁଜୁରାଟର ପୋରବନ୍ଦରରେ,

ତୁମର ଜନମ ସେହି ମାଟିରେ।

       ପୁତୁଲି ବାଈ ମା ତୁମର,

        କରମ ଚାନ୍ଦଙ୍କ କନିଷ୍ଠ ପୁତ୍ର।

ମା'ଙ୍କର ତୁମେ ଆଖିର ତାରା,

ପିତାଙ୍କର ତୁମେ ଭାଗ୍ୟ ପସରା।

       ବହୁତ ଛୋଟରୁ ତୁମେ ଦେଖିଥିଲ,

        ଗୋରା ମାନଙ୍କର ଲାଲ ଚାବୁକ।

ସେ ସବୁକୁ ଦେଖି ସ୍ଥିର କରିଲ,

ଆଇନ ପଢିବାକୁ ବିଲାତ ଗଲ।

        ପାଠପଢା ସହ ସେଠି ଜାଣିଲ,

        କଳା ଗୋରାର ରଙ୍ଗ ଭେଦଭାବ।

ବହୁ ଆନ୍ଦୋଳନ ତୁମେ କରିଲ,

ଦେଶ ପାଇଁ ଜେଲ ଦଣ୍ତ ଭୋଗିଲ ।

          ସାବରମତି ତୁମ ଆଶ୍ରମ,

          ତୁମର ସେଇଠି ସବୁ କରମ ।

କସ୍ତୁରୀବାଙ୍କ ପ୍ରେରଣା ତୁମରି ସାଙ୍ଗେ,

ତାହାକୁ ନେଇକି ତୁମେ ବଢ଼ିଲ ଆଗେ ।

          ଅହି°ସା ଯୁଦ୍ଧ ତୁମେ ଲଢ଼ିଲ,

          ଗୋରାଙ୍କୁ ଦେଶରୁ ବିଦାକରିଲ

କୋଟି ଜନତାଙ୍କ ଜନକ ପରି,

ଦେଶକୁ ଆଣିଲ ସ୍ୱାଧୀନ କରି।

          ଜାତିର ପିତା ମହାତ୍ମା ତୁମେ,

          ତୁମ ପୁଣ୍ୟ ତିଥି ରଖିଛୁ ମନେ

କିନ୍ତୁ,ତୁମ ସତ୍ୟ ପଥେ ଅହି°ସା ନୀତି,

ସବୁ ଭୁଲି ଗଲେଣି ତୁମ ଦେଶବାସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract