STORYMIRROR

Binapani Tripathy

Tragedy

3  

Binapani Tripathy

Tragedy

ମୁଁ ଏକ କ୍ଷତାକ୍ତ ହୃଦୟ

ମୁଁ ଏକ କ୍ଷତାକ୍ତ ହୃଦୟ

1 min
299


ମୁଁ ଏକ କ୍ଷତାକ୍ତ ହୃଦୟ 

ଲୁହ ଲହୁ ରେ ଲତପତ 

ଜୀବନ ର ଦୋଛକି ରାସ୍ତା ରେ ଠିଆ ହୋଇ 

ହସି ପାରୁଛି ନା କାନ୍ଦି ପାରୁଛି 

ବଞ୍ଚି ପାରୁଛି ନା ମରି ପାରୁଛି 

ଯନ୍ତ୍ରଣା ଜୁଇ ରେ ଜଳି ଜଳି 

କେବେଠୁଁ ପାଲଟି ଗଲିଣି 

କେଇ ମୁଠା ନିଭିଲା ପାଉଁଶ ।

ମୁଁ ଏକ କ୍ଷତାକ୍ତ ହୃଦୟ


ନିଜ ଲୋକ ଯେତେ ଥିଲେ 

ହେଲେ ସବୁ ପର 

ଗାଁ ମାଟି ସାଙ୍ଗ ସାଥି 

ନିଜ ଠୁଁ ନିଜର 

ସେଇ ଘର ସେଇ ଦାଣ୍ଡ 

ସେ ଅଗଣା ଅଛି 

କିନ୍ତୁ ହଜି ଯାଇଛି ମୋ ପାଦ ଚିହ୍ନ ,

କଣ୍ଠସ୍ବର , 'ମୋର ' ବୋଲି ଯେତେ ଅଧିକାର ।

ମୁଁ ଏକ କ୍ଷତାକ୍ତ ହୃଦୟ


ଜୀବନ ର ଦୁଇ କୂଳ ବାନ୍ଧିବା ନିଶାରେ 

ଅହରହ ଲଢୁଥିବା ରକ୍ତାକ୍ତ ବିଶ୍ବାସ 

ଆଜି ଅବଶ ନିଥର 

କର୍ତ୍ତବ୍ୟ ର ଖଣ୍ଡାଧାରେ 

ଏକମୁହାଁ 'ଆନୁଗତ୍ୟ '

ନିଅଣ୍ଟ ପଡିଲା ଶୁଝିବାକୁ 

ଋଣ ସଂପର୍କ ର ।

ଏ ବିଶାଳ ପାରାବାରେ ବୁଡିଗଲା ଭେଳା ମୋର 

ଦିଶୁନାହିଁ ଦିଶୁନାହିଁ କାହିଁ କେତେ ଦୂର 

ମମତାର ବତୀଘର ।

ମୁଁ ଏକ କ୍ଷତାକ୍ତ ହୃଦୟ


ଯନ୍ତ୍ରଣା ର ଶରଶଯ୍ୟା ପରେ

ଧରାଶାୟୀ ଦରମରା ଆତ୍ମା 

ଅଙ୍କ କଷେ କିଏ ପର କିଏ ସେ ନିଜର

ସୁଖ ର ଦି ଘଡି ନା ଦୁଃଖ ର ପାହାଡ 

ଏନ୍ତୁଡି ର ଜୁଇ ନା ଜୁଇ ମଶାଣୀର ।

ମୁଁ ଏକ କ୍ଷତାକ୍ତ ହୃଦୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Tragedy