STORYMIRROR

Monali Nayak

Tragedy Classics Others

3  

Monali Nayak

Tragedy Classics Others

ପୂର୍ଣ୍ଣତା ପଥ

ପୂର୍ଣ୍ଣତା ପଥ

1 min
329

ନିକାଞ୍ଚନ ବନେ 

ଆଶ୍ରା ର ପାଦପ 

   ସାଜି ଯୋଗାଇଛ ଛାୟା, 

ଅମା ଅନ୍ଧକାରେ

ନକ୍ଷତ୍ର ପରିକା

   ଦେଖାଇଛ ନୂଆ ରାହା ।


ଅଥଳ ଜଳ ରେ

ଭରସା ଦେଇଛ

     କୁଟାଖିଅ ଟିଏ ସାଜି, 

ଭଙ୍ଗା ମନ ବୀଣା

ପରଶେ ତୁମରି

    ଛନ୍ଦ ତୋଳି ଉଠେ ବାଜି ।


ନିଶ୍ଚଳ ପାଷାଣେ

ପ୍ରାଣ ଶକ୍ତି ଭରି

     କମନୀୟ କଲ ତା'କୁ, 

ଦାରୁଣ ନିଦାଘେ

ବାରି ବିନ୍ଦୁ ସାଜି

     ଶିଖାଇଛ ଜାଗିବା କୁ ।


ସିଦ୍ଧି ସାଧନା ର

ଉଜ୍ଜ୍ବଳ ପ୍ରଦୀପ

     ବ୍ଯର୍ଥ ଜୀବନ ର ଅର୍ଥ, 

ହେ ପରମଯୋଗୀ

ତୁମେ ମୋ ଜୀବନେ

     ସାଜିଛ ପୂର୍ଣ୍ଣତା ପଥ ।


Rate this content
Log in

Similar oriya poem from Tragedy