STORYMIRROR

Monali Nayak

Romance Tragedy

3  

Monali Nayak

Romance Tragedy

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

1 min
358

ଉଡ଼ା କଥା ଶୁଣି

ଛାଡ଼ି ଚାଲିଗଲ

    ସଜେଇଲ ମୋତେ ମିଛେଇ, 

ଭାବି ପାରିବନି

କେମିତି ତୁମକୁ

    ହୃଦୟେ ରଖିଛି ଲୁଚେଇ ।। 


ବୋଧହୁଏ ମୋତେ

ଭୁଲି ଯାଇଥିବ

    ହେଲେ ମୁଁ ତୁମକୁ ଝୁରୁଛି, 

ଅତୀତ ସ୍ମୃତିର

କୁହୁଳା ନିଆଁରେ

    ସବୁବେଳେ ଜଳି ମରୁଛି ।। 


ସାଗର ବେଳାରେ 

ସଞ୍ଜ ବେଳଟାରେ

    ତୁମ ନାଆଁ ବସି ଲେଖୁଛି, 

ଭାବନା କାଳିରେ

ଉତ୍ତାଳ ଢ଼େଉରେ

    ତୁମ ଛବି ବସି ଆଙ୍କୁଛି ।। 


ପରତେ ଯିବନି

ତୁମ କଥା ଭାବି

    କେତେ ରାତି ନିଦ ହଜିଛି, 

ନିଃସଙ୍ଗ ରାତିରେ

ତତଲା ଲୁହରେ

    କେତେ ଯେ ତକିଆ ଭିଜିଛି ।। 


ପାଗଳିନୀ ସାଜି

ଅତୀତକୁ ଖୋଜି

    କେବେ କାନ୍ଦି କେବେ ହସୁଛି, 

ଅଫେରା ରାଇଜୁ

ଫେରିବ କି କାଳେ

    ତୁମ ବାଟ ଚାହିଁ ବସିଛି ।। 


ଜଳି ଯିବି ପଛେ

ବିରହ ନିଆଁରେ

     ତଥାପି ତୁମକୁ ଚାହିଁବି, 

ଏ ଜନ୍ମେ ନହେଲେ

ଆର ଜନ୍ମ ପାଇଁ

     ତୁମ ଅପେକ୍ଷାରେ ରହିବି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance