STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ପଶ୍ଚାତାପ

ପଶ୍ଚାତାପ

1 min
331

ଆତ୍ମା ଅତୃପ୍ତ!

ମଲା ପରେ ନା

ଜୀଇଁ ଥାଉ ଥାଉ

ହୁଏତ ଉଭୟ ଅବସ୍ଥାରେ

ଆତ୍ମା ଅତୃପ୍ତ।


ମନରେ ଅସୁମାରୀ ପ୍ରଶ୍ନ

ମଲା ପରେ କିଏ ଦେଖିଚି 

କିଏ ଭୂତ ହେଲା କିଏ ସ୍ୱର୍ଗ ଗଲା

ମଲା ମଣିଷ ଫେରି ଆସି କହିଛି।


ହଜାର ଜୀବିତ ଆତ୍ମା ଆଜି ଏଠି ଅତୃପ୍ତ

ଆଶାର ଦାବାନଳରେ ସମସ୍ତେ ଦଗ୍ଧ

ସନ୍ତାନ ହରାଇଥିବା ମାଆର ଦୁଃଖଠୁ ନଥିବ ବେଶୀ କାହାର ଦୁଃଖ।


ମୋତେ ତ ଏଠି ରାତି ଡରାଏ

ଦିନଟା ଶାନ୍ତିରେ କଟି ପାରେନା

ରାସ୍ତାରେ ଗଲା ବେଳେ ଶୁଭେ ମାଆ

ମୁଁ ତୋ ପାଖେ ପାଖେ ଅଛି।


ରେଳରେ ଆସିଲା ବେଳେ ପାହାନ୍ତିଆ ଝରକା ଡେଇଁ ସେ ପଳାଏ

କେତେବେଳେ ମୋ ପାଖେ ଖଟ ଉପରେ ଶୋଇଥାଏ

ଛୁଇଁଵାକୁ ଚାହିଁଲେ ଆଉ ପାଖରେ ନଥାଏ।


ଚାରି ବର୍ଷ ପୂରି ପାଞ୍ଚ ବର୍ଷ ହେଲା

ଯିବାର କ'ଣ ଗୋଟେ ବୟସ ହୋଇଥିଲା

ବହୁତ କଥା ଅକୁହା ରହିଗଲା।


ମନ କୁହେ ସମୟ ପଛକୁ ଫେରି ଯାଆନ୍ତା କି

ସବୁ ପୁଣି ସଜାଡି ଦିଅନ୍ତି

ହୃଦୟର କୋହ, ଅସହାୟତାର ବୋଧ ମନକୁ କରେ ଅଶାନ୍ତ।


ମୋହ ମାୟାର ସଂସାର

କାହାର ସଂସାର ଛାଡି ଯିବାରେ ମନ।


ଇଚ୍ଛା ନ ଥାଇ ଯିଏ ଚାଲିଗଲା 

ସିଏ ତ ଅତୃପ୍ତ 

ତା'ଠାରୁ ଦୁଇ ଗୁଣା ଅତୃପ୍ତ 

ଯିଏର ହି ତିଳ ତିଳ ଦଗ୍ଧ ହେଲା

ସନ୍ତାନ ହରାଇ ବାର ଦୁଃଖ ତ 

ମୋତେର ଖିବ ଜନ୍ମ ଜନ୍ମାନ୍ତର ଅତୃପ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy