STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବୁଢିଆଣି ଜାଲ

ବୁଢିଆଣି ଜାଲ

1 min
31


ବଡ଼ ଦ୍ଵନ୍ଦରେ ପଡ଼ିଛି ଭାଇ

ଜାଣି ପାରୁନି କି

ସମ୍ଭାଳି ପାରୁନି

ବୁଢିଆଣି ଜାଲ ପରି ଛାଇ

ଛନ୍ଦି ରୁନ୍ଦିଲାଣି ବେଶି

ବନ୍ଦି କଲାଣି ଆକ୍ରୋଶି


ଖୁସି କିଣି ପାରୁନି କି

କଷ୍ଟ ବିକ୍ରିକରି ପାରୁନି

ପୁଣି କେଉଁ କାରଣରୁ

କାମ କରିବାକୁ ସଅଳ

ସକାଳୁ ଡହଳ ବିକଳ

ବାହାରି ପଡ଼ୁଛି 

ପେଟରେ ପକେଇ ମୁଠେ ପଖାଳ


ପଥର ନୁହେଁ ମୁଁ 

ମୋ ଭିତରେ ଅଛି କମନୀୟତା

ଅବିବେକି ନୁହେଁ ମୁଁ

ମୋ ଭିତରେ ରହିଛି ମାନବିକତା


କଷ୍ଟ କହିବୋଲି ପାରେନା ବୋଲି

ସମସ୍ତେ ଭାବନ୍ତି ହାତ ବାରିଶି 

ଦୁଃଖ ବଖାଣି ପାରେନା ବୋଲି

 ଘରବାରି ପଟ ଚୁଆ ସରସୀ


କହି ବୋଲନ୍ତି ଭଲରେ ଅଛି 

ମନ ତଳ ଦାବାନଳ ବାମ୍ଫୁଛି ବୋଲି

କି'ଏ ପଚାରେ

ଅଣନିଃଶ୍ଵାସୀ ଜୀବନ ଜିଉଁଛି ବୋଲି

କିଏ ଉଖାରେ


ଆପଣାର କେହି ମିଳିଗଲେ

ଆଖି ଲୁହରେ କୁହନ୍ତି

ତ୍ୟାଗ ତର୍ପଣରେ ଲେଖନ୍ତି


ମୌନୀ ଅବତାର ପରଦା ପଛେ

କେତେ ହାହାକାର ଛୁପିଛି

କେତେ ତିରସ୍କାର ଲୁଚିଛି

କେତେ ସଂସ୍କାର ମିଶିଛି

ସବୁ ଖୋଲି କରି ବୋଲନ୍ତି


କେତେ ଲାଞ୍ଛନା ପିଇବାକୁ ପଡ଼େ

ନୀଳକଣ୍ଠ ସମ୍ମାନରେ ସମ୍ମାନିତ ହେବାକୁ

କେତେ ବିଷପାନ କରି ହଜମ କରିବାକୁ ପଡ଼େ


ହସି ହସି ସବୁ ସହିବାର ମାନେ

ପରିବାର ହସିବ

ସମସ୍ତଙ୍କୁ ନେଇ ସଂସାର ରଥରେ ସାରଥୀ

ହେବାକୁ ହେଲେ

ଶୁଣି ବି ଅଶୁଣା

ଦେଖି ବି ଅଦେଖା

ଅନ୍ଧ ମୂକ ବଧିର ପରି ଅଭିନୟ କରିବାକୁ

ପଡିବ


ଦୁଃଖ କେବଳ ଏତିକି

ଏହି ତ୍ୟାଗ ବଳିଦାନ 

ଏହି ତପସ୍ୟା ପରେ ବି

କେହି ଜଣେ ବି ନିଜର ଅତି ଆପଣାର ଲାଗୁଥିବା ମଣିଷ ମାନଙ୍କ ମୁଁହରେ

ପଦେ ଅଧେ ଆହା ବି ମିଳିବା ଚିନ୍ତାରହିତ

କେବେ ଦରଦୀ ଦୟାଭାବ ବି କଳ୍ପନାତୀତ


ପ୍ରଶ୍ନ ଉଠେ !

ତ୍ୟାଗ କରିବ ଜୀବନ ଯାକ କାହିଁକି ?

ଖେଣ୍ଟିଆ ର ଶିକାର ହେବାକୁ

ତିଳ ତିଳ ବଳିଦାନ ଦେବ ବା କାହିଁକି ?

ବାକ୍ୟ ବାଣରେ ଜର୍ଜରିତ ହେବାକୁ

ନିଜେ ନିଜ ଶରଶଯ୍ୟାରେ ବିଦ୍ଧ ହେବ ବା କାହିଁକି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy