STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମନ ବିଚଳିତ ଅଛି ହିଁ ଚିନ୍ତିତ !

ମନ ବିଚଳିତ ଅଛି ହିଁ ଚିନ୍ତିତ !

1 min
41


ଯାହା ଭାବି ଥାଏ ହୁଏଟି ଅଲଟା


ବୃଦ୍ଧ ବୟସରେ ତାର


ଯେଉଁ ଜୀବନରେ କରି ନାହିଁ କେବେ


ହୁଏ ତାହା ଦରକାର।


ଗୃହ ଧର୍ମେ ନିରନ୍ତର,


ଭାଗ୍ୟର ଲେଖନୀ ଚିରନ୍ତନ ସତ୍ୟ


ଭୋଗୁ ଥାଏ ଭାଗ୍ୟ ଗାର !!


ଦେଖୁଛୁ କାଳିଆ ଚକାନୟନରେ


ଘଟେ ଜୀବନରେ ଯାହା


ଅଙ୍କିତ କରିଛୁ ଭାଗ୍ୟର ରେଖା ଟି


ଅକ୍ଷରେ ଘଟିତ ତାହା।


ନାହିଁ ଅଭିଯୋଗ ମୋର,


ସହିବାକୁ ହେବ ମନୁଷ୍ୟ ଜୀବନେ


ପରା ଏ ମାୟା ସଂସାର !!


କର୍ତ୍ତବ୍ୟ ଭୁଲୁଛି ସଂସ୍କାର ଛାଡୁଛି


ପରା ଏହୁ କଳିଯୁଗ


କଳିର ପ୍ରବାହ କରେଟି କାତର


ମନ ହୁଏ ଉଦବେଗ।


ସହିବାକୁ ଦିଅ ଶକ୍ତି,


ନାମ ଭୋଜି ଭୋଜି ବିତୁ ଏ ଜୀବନ


ଈଶ୍ବର ତୁ ଦିବ୍ୟ ଜ୍ୟୋତି !!


ମନୁଷ୍ୟ ଜୀବନ କର୍ମରେ ଜଡ଼ିତ


କର୍ମ କରିବାକୁ ହେବ


କର୍ମ କରି କରି ଯାଉ ଏ ଜୀବନ


ନିତ୍ୟେ ଶକ୍ତି ଦେଉଥିବ।


ବୈକୁଣ୍ଠରେ ସ୍ଥାନ ଦେବ,


କ୍ଷତି କରି ନାହିଁ ଜୀବନେ କାହାରି


ଗୋସାଇଁ ଦୟା କରିବ !!


ସିଂହା ଅହଂକାର କରି ନି ଜୀବନେ


ପର ଧନ ଲୁଟି ନାହିଁ


ଜୀବନ ବ୍ୟତିତ ସତ୍ୟ ପଥ ଧରି


ଅଛି ଧର୍ମ ମାର୍ଗ ଚାହିଁ।


ପ୍ରେମ ଶ୍ରଦ୍ଧା ଭକ୍ତି ପ୍ରୀତି


ରଖିଛି ଚରଣେ କାଳିଆ ତୋହରି


କର୍ମ କ୍ଷେତ୍ରେ ଦିଅ ଶକ୍ତି !!


ଜଗତର ନାଥ ପ୍ରଭୁ ଜଗନ୍ନାଥ


ଉଡୁ ଅଛି ତୋର ବାନା


ଦେଖୁଛୁ ସର୍ବୋସ ଚକାନୟନରେ


ପୂର୍ଣ୍ଣ କରିବୁ କାମନା।


ଜୀବନ ଶେଷ ଭାବନା,


ନାମ ମୁଖେ ଗାଇ ଯାଉ ଏ ଜୀବନ


ଛାମୁରେ କରେ ବନ୍ଦନା !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy