STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଲମ୍ବା ଯାତ୍ରାର ଇତିବୃତ୍ତି

ଲମ୍ବା ଯାତ୍ରାର ଇତିବୃତ୍ତି

1 min
14

 

କଥାଟେ ଉଙ୍କିମାରେ ମନରେ 

କେତେକାଳୁ କିଞ୍ଚିତ ମାତ୍ରାରେ

ମନ ଝରକାର ଫାଙ୍କରେ ବାଙ୍କରେ

ଖେଞ୍ଜୁଥାଏ ଗେଞ୍ଜିିଥାଏ

କୋରିପକାଏ ଘେରିପକାଏ

ବେଳେ ଅବେଳେ ସକାଳେ 

ପାଇଗଲେ କେବେ ଏକାନ୍ତରେ ।


ଗୋଟେ ଲମ୍ବା ଯାତ୍ରାରେ ବାହାରିଯା'ନ୍ତି

ତୀର୍ଥଯାତ୍ରା ପରି

ଉତ୍ତର ଭାରତ ଭ୍ରମଣ 

ପରେ ଦକ୍ଷିଣ ଦ୍ଭାରତ କ୍ରମଣ

ଏକା -- ଏକା --- ଏକା

ସବୁ ଜଞ୍ଜାଳମାନଙ୍କୁ ଘରେ ଛାଡିଦେଇ

ସବୁ ଝାମେଲା ମାନଙ୍କୁ ଘରେ ପୁରେଇ ଦେଇ

ସବୁ ସମସ୍ୟା ମାନଙ୍କୁ ଟିକେ ବିଶ୍ରାମ ଦେଇ ।


ଗୋଟେ ଲମ୍ବା ବିଦେଶ ଭ୍ରମଣରେ ଯାଆନ୍ତି

ଭୌଗଳିକ ଆବିଷ୍କାରକ ପରି

ମାର୍କୋପୋଲୋ - କଲମ୍ବସ -ଦ୍ଭାସ୍କୋଡ଼ାଗାମା ପରି

ବୌଦ୍ଧ ଭିକ୍ଷୁ ଶ୍ରମଣ ସନ୍ୟାସୀ ପରି

ନେପାଳ ଦେଇ ଚାଇନା ଯାଆନ୍ତି

ପାକିସ୍ତାନ - ଆଫଗାନିସ୍ଥାନ - କାଜାକସ୍ଥାନ ଦେଇ ଉଇରୋପ ଯାଆନ୍ତି

ବୁଲେଟ୍ ଦ୍ଵିଚକ୍ର ଯାନ ଚଲେଇ

ଫଟଫଟିଆ ନିଜେ ନିଜକୁ ବସେଇ

ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ନେଇ ।


ପୁଣି ମନ ମଗଜକୁ ଧସେଇ ପଶି ଆସେ

ଅନ୍ୟ ଗୋଟେ କଥା

ଏତେ ବର୍ଷ ହେଲା କ'ଣ କରୁଥିଲ

ଯୌବନ ଢଳିଲାଣି

ବଳ ବୟସ କଥା ଛାଡ଼

ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଖିରେ ସରିଲାଣି

ମଧୁମେହ ଉଚ୍ଚ ରକ୍ତଚାପ ରୋଗ ଧରିଲାଣି

ଏହି ପରିଣତ ବୟସରେ 

ରୋଗାକ୍ରାନ୍ତ ମନ

ଭାରାକ୍ରାନ୍ତ ବଚନ 

ଏତେ ସବୁ ଦେଶ ପ୍ରଦେଶ ଭ୍ରମଣ କରିବାକୁ ହେଇ ପାରେ ଗହନ ଗାତ୍ର ଦହନ ।


ଧେତ୍ ତେରିକା

ପଞ୍ଚାବନ ଛୁଇଁଲାଣି ବୟସର ଦାଗ

ସବୁ ଛାଡ଼ ଆଶା ଆକାଂକ୍ଷା

ସୁସ୍ଥ ସତେଜ କାମନା ରହିତ ଜୀବନ ଆଗ

କାମନାର ବିନାଶରେ ଦୁଃଖର ବିନାଶ

କାମନାର ଉଦ୍ୟମରେ କଷ୍ଟର ବିନ୍ୟାସ ।


Rate this content
Log in

Similar oriya poem from Tragedy