STORYMIRROR

Sunanda Mohanty

Abstract Tragedy Others

4  

Sunanda Mohanty

Abstract Tragedy Others

ଅଭିମନ୍ୟୁମାନେ

ଅଭିମନ୍ୟୁମାନେ

1 min
13


ଆଜିର ଫୁଲ ତାଜା

କାଲିକି ଅଖୋଜା ଅଲୋଡ଼ା

ମଉଳା ହୋଇଯିବ ନିଶ୍ଚେ

କେତେଟା ସୃଷ୍ଟିର ନିୟମ ପରି

ଦେଇଥିଲେ ପାଇ

ପାଇବାକୁ ହେଲେ ଦେବାକୁ ହୁଏ

ଦିଆକୁ ଦିଆ ନଦିଆକୁ ଦୁଆର ଦିଆ

ନ୍ୟାୟ ଆଜି ଅଧିକ ପ୍ରଚଳିତ

ନଗଡା ଗାଁର ଜୁବି ମାଉସୀ

ଚେର ପୋଡି ଖାଏ ଏ ଶତାବ୍ଦୀରେ

ଭାତ ଡାଲି ଦେଖିନାହିଁ ଜାଣିନାହିଁ ସିଏ

ଲୁଣ ନଥାଇ ଯାଉ ଖାଉଥିଲେ

ଲଷ୍ମଣ ନାୟକ ଶହୀଦ ହେଲେ

ଭାତ ଡାଲି ଦେଖିନଥିବା ମାଉସୀ

ତା ସାଥିର ଅପା ନାନୀ ଦାଦା ଶୁକୁରୁ ଜାନି

ଆଜି ବି ଅସଭ୍ୟ ବର୍ବର

ତାଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ପରିମଳ

ଏମିତି କଣ ଫାଙ୍କା ଆବାଜ ଭଳି ରହିଯିବ

କାରଣ ସେମାନେ ଜନଜାତି

ଆଦିମ ମଣିଷ

ସଭ୍ୟ ହେବାକୁ ଆଉ କେତେ ବାକି

କେଜାଣି କିଏସେ କହିବି ପାରିବ

ଖାଦ୍ୟ ଖାଇ ମାଛ ମାଂସର ଭିଡ଼ିଓ

ଦେଖିବାକୁ ବାନ୍ତି ଆସୁଛି

ଜନଜାତି ମାନେ କଞ୍ଚାମାଂସ ଖାଆନ୍ତି

ଶୁଣିଥିବା ଆତ୍ମନୈପଦୀ ରୂଢିଟିଏ

ବୋଧହୁଏ ସଭ୍ୟ ସମାଜର

କବି କହେ ଅଭିମନ୍ୟୁମାନେ ସେମାନେ

ଗାଳ୍ପିକ କହେ ପ୍ରାରବ୍ଧ କର୍ମ ଫଳ

ଆଉ ପ୍ରାବାନ୍ଧିକ ରାଜନେତା ବୋଲାଇ

ଭୋଟ ମାଗିବାକୁ ଯାଇଛନ୍ତି ସେଇ

ନିଶିଦ୍ଧ ଇଲାକାକୁ ନିଶ୍ଚୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract