Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Tragedy

4  

Sarojini Mishra

Tragedy

ମନେପଡ଼ ତୁମେ ଫନି

ମନେପଡ଼ ତୁମେ ଫନି

1 min
6


ଗ୍ରୀଷ୍ମ ଆଗମନେ ମନେ ପଡ଼ ଫନି

କି ଦୁର୍ଦ୍ଦାନ୍ତ ତୁମ ରୂପ

ପୁରୀ ଜିଲ୍ଲା ବାସୀ ରକ୍ତ କଣିକାରେ

ଦେଇଗଲ ତୁମେ ଛାପ ।


ଅନୁଭବ ଅନୁଭୂତିର କଥାକୁ

ଭାଷାରେ ବର୍ଣ୍ଣି ନ ହେବ

ଏବେ ବି ଭାବିଲେ ଲୋମ ଟାଙ୍ଗୁରଇ

ବିଭତ୍ସ ଅଟେ ସେ ଦୃଶ୍ୟ |


ମଇ ମାସର ସେ ତିନି ତାରିଖକୁ

କେବେ ଭୁଲି ହେବ ନାହିଁ

ଆକାଶେ ପ୍ରଳୟ ଭୂମିରେ କମ୍ପନ

ଛାତି ଥରି ଉଠୁଥାଇ ।


ବରଷାର ଥାଟ ବାତ୍ୟା ର ସଙ୍କଟ

ଅଥଳ ପବନ ଗତି

ଏ ଆଖି ସାମ୍ନାରେ ଘରଚାଳ ଉଡ଼େ

ଉପୁଡ଼େ ବିଦ୍ୟୁତ୍ ଖୁଣ୍ଟି |


ବୃକ୍ଷରାଜି ସବୁ ଧରାଶାୟୀ ହୋଇ

ଅବରୋଧ କଲେ ରାସ୍ତା

ହେ ଗ୍ରୀଷମ ତୁମ ଉପସ୍ଥିତି ପୁଣି

କରିଦେଲା ସନ୍ତାପିତା ।


ବର୍ଷା ଥମିଗଲା ବାତ୍ୟା ବି ଥମିଲା

ଧନ ଜୀବନର ହାନି

ହେଲେ ଯେ ଜୀବନ ବଂଚି ରହିଥିଲା

ହେଉଥିଲା ହିନିମାନୀ ।


ଗ୍ରୀଷ୍ମ ପ୍ରକୋପ ବି ଅସହ୍ୟ ଥିଲା ଯେ

ବାଳୁତ ରୁ ବୃଦ୍ଧ ତ୍ରସ୍ତ

ମାସ ମାସ ଧରି ବିଦ୍ୟୁତ ନ ଥିଲା

ସର୍ବେ ହେଉଥିଲେ ବ୍ୟସ୍ତ l


ନିଦ ନେଇ ଥିଲା ବନବାସ ପରା

ରାତି ରେ ଘରୁ ବାହାର

ହାତରେ ବିଞ୍ଚଣା ଘୁରୁଥିଲା ସିନା

ଖୋଲା ସଭିଙ୍କ ଦୁଆର ।


ଗ୍ରୀଷ୍ମ ଆଗମନେ ମନେପଡ଼ ଫନି

ଦେହେ ମନେ ଉଠେ ଶଙ୍କା

ମନେ ପଡ଼ିଯାଏ ଛାତି ଥରା ଶବ୍ଦ

ଆକାଶ ବି ଅଙ୍କାବଙ୍କା |


Rate this content
Log in

Similar oriya poem from Tragedy