STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ବିରାଗ

ବିରାଗ

1 min
370

ବେଳେବେଳେ 

ଏମିତି ଅନେକ କିଛି ତ

ସାମନା କରିବାକୁ ପଡେ,

କାରଣ..

ସବୁ ସମୟ ଭଲରେ ଯାଏନି, 

କିଛି ଜଳେ, କିଛି ଜଳାଏ,

କିଛି ଅନ୍ତରେ, କିଛି ମନରେ

କୁହୁଳୁ ହିଁ ଥାଏ, ନିରନ୍ତରେ..!

ଏ ସ୍ବପ୍ନ ପୁରା ହୁଏନି,

କିଛି ହଜି ଯାଏ,କିଛି ଭିଜି ଯାଏ,

ନିଭୃତରେ,ଅଭ୍ୟନ୍ତରରେ,

କିଛି ଖାଲି ସ୍ବପ୍ନ ନୁହେଁ,

ବାସ୍ତବ ଵି, କିଛି ନିଜର କରେ,

ପୁରା କରିବାକୁ ହିଁ ତ ପଡେ,

ପରିସ୍ଥିତି,ପରିବେଶ କାଲି ଥିଲା,

ଆଜି ଅଛି, କାଲି ଵି ରହିବ,

ସାମନା ତ କରିବାକୁ ପଡିବ..!

କାହାକୁ ନିଜର କରିବା

ହୁଏତ ସହଜ ଲାଗି ପାରେ..

କିନ୍ତୁ,ସବୁ ପରେ ଵି..

ସବୁଦିନ ନିଜର ହୋଇ ରହିବା,

ଖାଲି ଭାଗ୍ୟ, ଭବିଷ୍ୟ କଥା ନୁହେଁ,

ନିଭେଇବାକୁ ଵି ପଡେ..!

ଆଉ ଏ କଥା ମନେ ରଖିବାକୁ

ଵି ପଡେ,ସବୁ ଭୂଲି ହୁଏ..

ହେଲେ ବିପଦ ବେଳର ବନ୍ଧୁ,

କେବେ ଭୂଲି ହୁଏନା,

ଭାଗ୍ୟବାନ ସେଇ ହୋଇଥାନ୍ତି,

ଯିଏ ଋଷି ଗଲେ ଵି

ଆପଣାକୁ ମନେଇ ନେଇ ପାରନ୍ତି..!

ଏ ରାଗ, ଅଭିମାନ ଵି

କେବେ ପରିସ୍ଥିତିକୁ ଅଚାନକ

ବଦଳେଇ ଦେଇପାରେ,

ଭଲ ପାଇବା ଅଛି ତ

ଅଭିମାନ ତ ରହିବ, ତେବେ

ଝଡ଼ ଆସିଲେ ମୁଣ୍ଡ ନୁଆଁଇ

ଦେଲେ ସବୁ ସମାଧାନ ନିଶ୍ଚୟ 

ହେଇ ପାରେ, ଜୀବନ ଅଛି ତ

ଜଞ୍ଜାଳ ଵି ଅଛି, ସାମନା

ସବୁ ସମାଧାନର ରାସ୍ତା..!

ମୁସ୍କିଲ ତ ବହୁତ ସାରା ଅଛି,

କେବେ ଚାଲିବାର ରାସ୍ତାରେ,

ନିଜକୁ ଖୋଜିବାକୁ ହିଁ ପଡେ,

ପାଦକୁ ଥକିବାକୁ ନ ଦେବା ହିଁ 

ବୁଦ୍ଧିମାନର କାର୍ଯ୍ୟ,ପାଦରେ

କଣ୍ଟକର ବେଢ଼ି ପଡୁ ପଛେ

ଧର୍ଯ୍ୟର ବନ୍ଧ ବାନ୍ଧି ଦେଲେ ଥରେ

ବିପଦକୁ ସାମ୍ନା କରି ହୁଏ,

ସାଥିରେ ଥିଲେ ଗନ୍ତବ୍ୟ ପଥ

ନା ଅଟକେ,ନା ଭଟକେ..!

କିଛି ମାନ, କିଛି ଅଭିମାନ

ପ୍ରତି ବଦଳରେ ପ୍ରତିଶୃତିରେ

ବଦଳି ଯାଇ ପାରେ, କେବଳ

ସମୟର ବାସ୍ତବତାରେ ତ

କିଛି ନିରନ୍ତର ଭରସାରେ,

ମୋହ ଅଛି ତ ମୋକ୍ଷ ତ ନିଶ୍ଚୟ

ଆଉ ଅବସମ୍ଭାବୀ,ଆପଣାପଣ 

ସବୁ ଏଇ ସମୟ ସୁଅରେ 

ଭାଙ୍ଗି ପଡିବାରେ ନୁହେଁ,

ବିଶ୍ୱାସର ଅମଡ଼ା ବାଟର ସେ

ଅଭଙ୍ଗା ଅତୁଟ ବନ୍ଧନରେ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance