STORYMIRROR

Kabiratna Nutan Kumar Behera

Tragedy Inspirational

3  

Kabiratna Nutan Kumar Behera

Tragedy Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
118

ଆତ୍ମବିଶ୍ୱାସ ନିଜ ଉପରୁ ତୁଟିଗଲେ

ମୁଁ ନ ଥାଏ ମୋ ଭିତରେ

ସେ ଅହେତୁକ ମୁହୂର୍ତ୍ତରେ ଆସେ 

ଅସ୍ଵାଭାବିକ ଭାବେ ଏକ ନିଃସଙ୍ଗତା

ଚାହିଁ ରହିଥିଲେ ଆଗରେ ଦିଶେ

ଅବୁଝା ଅନ୍ଧାରର ପ୍ରହେଳିକା

ଆଖି ବୁଜି ଶୋଇଥିଲେ ନିଦ ହୁଏନା

ଭାବନାରେ ନାଚେ ଅବାଞ୍ଛିତ ଦୃଶ୍ୟ

ଚାରିପାଖେ ଘେରି ଥିଲେ ବି

ଆପଣାର ସବୁ ଲୋକମାନେ

କେମିତି ଲାଗନ୍ତି ଅଚିହ୍ନା ଅଚିହ୍ନା 

ଦିନର କୋଳାହଳ ଲାଗେ ନିସ୍ତବ୍ଧ

ମୁଣ୍ଡଟା ବିଗିଡି ଯାଇ କରେ ଗୋଳମାଳ

କ୍ଳାନ୍ତ ଅବଶ ହୁଏ ଶରୀର

ନିସ୍ତେଜ ହୋଇ ପଡ଼ନ୍ତି ଅବୟବ ଯେତେ

ବରଫ ତରଳିଲା ପରି ତରଳି 

ମିଳାଇ ଯାଏ ଆଶା ଆକାଂକ୍ଷା

ସ୍ଵପ୍ନମାନେ ଆଖିରେ ଲଗାନ୍ତିନି ଯାଦୁ

ମନର ଆବେଗତା ହୋଇ ପଡ଼େ ପଙ୍ଗୁ

ଧୈର୍ଯ୍ୟ ସାହସ ଛତ୍ରଭଙ୍ଗ ଦିଅନ୍ତି

ସହିଷ୍ଣୁତାର ହୁଏ ପତ୍ରଝଡ଼ା

ସମ୍ଭାବନା ହଜିଯାଏ ବହଳିଆ କୁହୁଡ଼ିରେ

ଲାଗେ ନିଜକୁ ସମ୍ପୂର୍ଣ୍ଣ ଏକା ଏକା

ଭରସା ରହେ ନାହିଁ ତିଳେ

ଜୀବନଟା ହୋଇଯାଏ ଅସହାୟ

ହସ ଖୁସି ଆନନ୍ଦ ହୁଏନା ଅନୁଭବ

ଲୁହ ବି ଶୁଖି ଯାଏ ଉଦାସିଆ ଆଖିରୁ

ନିର୍ଜୀବ ଜଡ ବସ୍ତୁ ଭଳି ଅଲୋଡ଼ା ହୁଏ

ବଞ୍ଚିବାର ଅବଦମିତ ମୋହ

ଚିନ୍ତା ଚେତନା ହୁଅନ୍ତି ସମାଧିସ୍ଥ

ଭାରି ଯନ୍ତ୍ରଣା ଦାୟକ ଏ ନିଃସଙ୍ଗତା

ଆସ୍ଥା ରଖିଥିଲେ ସୃଷ୍ଟିକର୍ତ୍ତାଙ୍କ ଉପରେ

କିଛି ନ ଥିଲେ ବି ନିଜ ପାଖରେ

ସାରା ସଂସାର ଲାଗେ ପରିପୂର୍ଣ୍ଣ

ଆସେ ଅପୂର୍ବ ତୃପ୍ତିର ଆତ୍ମସନ୍ତୋଷ।



साहित्याला गुण द्या
लॉग इन

Similar oriya poem from Tragedy