STORYMIRROR

Priyadarsini Das

Tragedy

3  

Priyadarsini Das

Tragedy

ମୋ ବାପା

ମୋ ବାପା

1 min
138


ହାତ ରେ ମୁଠାଏ ପାଉଁଶ ଆଉ ଖଣ୍ଡିଏ ଅସ୍ଥି,

ତା ଭିତରେ ମନ ଖୋଜେ ଆଜି 

ତୁମ ଉପସ୍ଥିତି ।


ଯେଉଁ ମୁହଁରୁ କାଲି ମୁଁ ଶୁଣୁଥିଲି 

ମୋ ନାମ କୁ , 

ଗେହ୍ଲା, ଧନ ପରି କେତେ ଭାବ କୁ ,

ଆଜି ଖଣ୍ଡିଏ କାଠ ରେ ସେଇ ମୁଖ କୁ ଜାଳି ଦେଇ

ଖୋଜୁଛି ମୁଁ ଆଜି ମୋ ସ୍ନେହ ର ପରିଧି କୁ ।


ଯେଉଁ ଆକାଶ ର ତାରା କୁ ଦେଖି ,

ଧୋ ରେ ବାଇଆ ଧୋ ଗୀତ ରେ

ଆଖିରେ ଘର କରୁଥିଲା ନିଦ ମାଉସୀ ,ଆଜି ,

ଆଜି ସେଇ ତାରା ଗଣେ ଖୋଜେ ମୁ ତୁମ ଅବସ୍ଥିତି କୁ ।


କାଲି ତୁମ ପିଠି ରେ ଝୁଲି ପଡ଼ି,

ଯେଉଁ ବେକ ଚାରି କଡେ ହାତ ଛନ୍ଦି ,

କରୁଥିଲି କେତେ ଅଳି , 

ସହୁଥିଲ ମୋର କେତେ ଅଝଟ ,


ଆଜି ସେଇ ବେକ ରେ ମାଳ ଦେଇ 

ଖୋଜେ ମୁ ଆଜି ତୁମ ସ୍ଥିତି କୁ ।


ଗୋଟିଏ ମୁହୂର୍ତ୍ତ ତୁମକୁ ନ ଡାକି 

ଯେଉଁ ପାଟି ରହୁ ନଥାଏ ,

ତୁମକୁ ନ ଦେଖି ଯେଉଁ ଆଖି ପକାଉ ନ ଥାଏ ପଲକ,

ଆଜି ବର୍ଷ ସାରା ଖାଲି ଦେଖୁଥାଏ କ୍ୟାଲେଣ୍ଡର ର ସ୍ଥିତିକୁ ।


ନା ପାଉଛି ତୁମ ସ୍ନେହ କୁ,

ନା ପାଉଛି ତୁମ ସ୍ଥିତି କୁ ,


ତଥାପି ଅପଲକେ ଖୋଜି ଚାଲିଛି ,

ବହି ଯାଉଥିବା ପବନ ରେ ତୁମ ର ହାଲ୍କା ସ୍ପର୍ଶକୁ।


ଇତି

ତୁମର ପୁଅ


Rate this content
Log in

Similar oriya poem from Tragedy