Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Tragedy Others

3  

Padmini Parida

Tragedy Others

ଲୋଭ

ଲୋଭ

1 min
142


ଲୋଭ ଛାଡେନା ମଣିଷକୁ ମରିଲା ପର୍ଯନ୍ତ           

ଲୋଭରେ ପଡି ମଣିଷ ହୁଅନ୍ତି ହନ୍ତସନ୍ତ  !           

ସମାଜରେ ଅଶାନ୍ତି ର କାରଣ ଲୋଭ               

ଲୋଭରେ ପଡି ମାନବ ସାଜନ୍ତି ଦାନଵ  !           

ପରିବାର କଲହର ମୁଖ୍ୟ ରେ ଲୋଭ               

ଲୋଭ କରି ମଣିଷ ନିଜ ଭିତରସାଜେ ଶତ୍ରୁ !        

ରାଜନୀତିୟା ନିଜ ପଦ ପଦବୀଙ୍କୁ ଲୋଭ କରି       

ଗାନ୍ଧିଜୀ ଙ୍କ ରାମ ରାଜ୍ୟ ର ସପ୍ନ ନଫେରିଲା ଆଜି !      

ନ୍ୟାୟଳୟ ପଇସାକୁ ଲୋଭ କରି                

ଗଢ଼ାଇ ଚାଲେ ତାରିଖ ବର୍ଷ ବର୍ଷ ଧରି  !            

ଡାକ୍ତରଙ୍କ ପ୍ରୟାସ ରୋଗୀଙ୍କ ଜୀବନ ରକ୍ଷା           

ଧନ ଲୋଭେ ଚିକିତ୍ସା ପାଇଁ କରେ ପ୍ରତୀକ୍ଷା  !         

ଶିକ୍ଷା ବ୍ୟବସ୍ଥା ଆଜି ଲୋଭ ପାଇଁ ବିଫଳ           

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହିତ ଚାଲେ ଖେଳ !        

ବଡ ବଡ ବେପାରୀ କରନ୍ତି ଦୁର୍ନୀତି               

ନ ଦେଖନ୍ତି ସ୍ୱାସ୍ଥ୍ୟ ଲୋଭରେ ପଡି  !              

ମିଶାନ୍ତି ଗୋଡି, ମାଟି, ବାଲି ଖାଇବା ଜିନିଷ ରେ          

ଖାଦ୍ୟ କୁ ବିଷ କରନ୍ତି ଲୋଭ ରେ!               

ଧନ ସଞ୍ଚି ଥାନ୍ତି ଅମଣିଷ ସାଜି                  

ଦେଶରେ କେତେ ଅଛନ୍ତି ପାର୍ଥ ଲୁଚି !               

ଲୋଭରେ ଯାଇଛନ୍ତି ସବୁ ଫଶୀ                  

ଏମାନେ ହିଁ ଧନ ସଞ୍ଚୟ କରି                   

ଦେଶକୁ ମାହାଙ୍ଗାଇ ନିଆଁରେ ଦେଇଛନ୍ତି ଝୁଙ୍କି !        

ଦାନ ପୂଣ୍ୟ ନକରିବାର କାରଣ ଲୋଭ            

ମଣିଷର ମାନବିକତା ହରାବାର କାରଣ ଲୋଭ !        

ଅଧିକରୁ ବେଶୀ ଟଙ୍କା ସଞ୍ଚୟ କରିବାର କାରଣ ଲୋଭ   

ସେଥିପାଇଁ ଭାରତ ବର୍ଷ ରେ ଗରିବତାର କାରଣ ଲୋଭ!   

ଲୋଭୀ ମନରେ ନ ଛାଡେ ଲୋଭ                

ଶେଷ ରେ ସାଜେ ସେ ଲୋଭୀ କୁକୁର  !


Rate this content
Log in

Similar oriya poem from Tragedy