STORYMIRROR

Dr.Priyadarshee Praharaj

Tragedy

3  

Dr.Priyadarshee Praharaj

Tragedy

ଡିଜିଟାଲ ରାକ୍ଷୀ

ଡିଜିଟାଲ ରାକ୍ଷୀ

1 min
149

ଅନେକ ଚେଷ୍ଟା ମୋହର 

ଶବ୍ଦ ଭିତରେ ସେ ସମ୍ପର୍କକୁ ସାଉଁଟି ରଖିବା ।

ସେ ବ୍ୟର୍ଥ ଚେଷ୍ଟା ଆଜି ଯାଏଁ ଚାଲିଛି

ଆଗକୁ ବି ତାହା ଚାଲିବ।

କୁଢେଇ ହୋଇ ରହିବ ଅନେକ ସ୍ମୃତି 

କିଛି ଖୁସିର କିଛି ଦୁଃଖର

ଓ କିଛି ଦୂରରେ ରହି ଫୋନ୍ ଦ୍ଵାରା

ଦୁଃଖକୁ ଚାପି ହସରେ ଭାବକୁ ବିନିମୟ କରିବା।

ଆଶ୍ଚର୍ଯ୍ୟ ନୁହଁ ଏପରି ପରିବର୍ତ୍ତନ

କାରଣ ଏବେ ଲୋକେ କର୍ମ ବ୍ୟସ୍ତ 

କର୍ମ ହିଁ ତ ଭଗଵାନ

ତେବେ ସମ୍ପର୍କଟି କଣ????

ବୋଧହୁଏ ତା ସ୍ଥାନ ଅନେକ ପଛରେ

ପଇସା ପଦବୀ ସମୃଦ୍ଧି ସହ ତା ତୁଳନା ବହୁତ୍ ତଳେ।

ଜୀବନ ଦୌଡ଼ରେ ସେ ପଛେଇ

ହରେଇଛି ତାର ଅଗ୍ରାଧିକାର 

କର୍ମଭୂମିରେ ରାକ୍ଷୀ ପାଇଁ କରି ହୁଏନି

ଛୁଟି ଦରଖାସ୍ତ ଦାବି 

ଅନୁମତି ପାଇଁ ଅନେକ ମିଛ ଗୁନ୍ଥିବାକୁ ହୁଏ

ତ ଦ୍ଵାରା ଉତ୍ସବ ରୁହେ ବର୍ଣ୍ଣହୀନ ଓ ଲୁକ୍କାୟିତ।

ପରିବର୍ତ୍ତନ ଜୀବନେ ଏତେ ଜରୁରୀ

ସେଥିରେ ଲିଭି ମଳିନ ପଡ଼ିଯାଏ ସୁସମ୍ପର୍କ

ତା ଉପରେ ଜମି ଯାଏ 

ମିଥ୍ୟା ଆଡମ୍ବର ପୂର୍ଣ୍ଣ ଶିଉଳି।

ଅନ୍ୟମନସ୍କ ବେଳେ ଖସି ପଡ଼ିବା ଥୟ

ଆଘାତ ଲାଗିଲେ ନା ମିଳେ ମଲମ 

ନା ଦେଖା ଯାଏ ସାହାଯ୍ୟର ହାତ

ଆଖିର ଲୁହ ନିଶ୍ଚଳ ବୋହି  ଓଠରେ ଚାପି ହୋଇ ଯାଏ।

ଏ ସମ୍ପର୍କ ଡୋରି ଭିତରେ ଭିତରେ

ଦୁର୍ବଳ ହେବା ବେଳେ

ଲୋକ ବେପରୁଆ ଢଙ୍ଗରେ କୁହନ୍ତି

ସମୟ ସହ ଭାସିବା ଜୀବନ କୁ ଆଧୁନିକତା ପନ୍ଥାରେ ନଚେଇବା ତାଳେ ତାଳେ।

ଏବେ ସମ୍ପର୍କର ମୂଲ୍ୟ

ଭିଡିଓ କଲ୍ ଗିଫ୍ଟ ଓ ଟଙ୍କାରେ ସିମୀତ

ଖୁସି ଭାବ ଆନ୍ତରିକତାର ମୂଲ୍ୟ ନ୍ୟୁନ

ସେଥି ପାଈଁ ସବୁ ଆଜି ଡିଜିଟାଲ।

ଖାପ ଛଡ଼ା ହୋଇ ଯାଏ ଯୋଉ ଅନୁଭବ

କେତେ ବା ସ୍ମୃତି ସେଥିରୁ

ଉତିର୍ଣ୍ଣ ହୋଇ ମନର କାନ୍ଥରେ

ବନ୍ଧେଇ ହୋଇପାରିବେ???

ଉତ୍ତର ସଭିଙ୍କୁ ଜଣା

ହେଲେ ହେଁ ଆମେ ମଣିଷ

ପ୍ରକୃତି ଆମର ବାଧ୍ୟ କରେ

ଅଳିଆରେ ପଶିବାକୁ କାଦୁଅ ଘାଣ୍ଟିବାକୁ।

ପରେ ଧୋଇ ଧାଇ ଝାଡି ଝୁଡ଼ି

ଆମେ ହେଉ ଶୁଦ୍ଧ

କିନ୍ତୁ ମଳିନ ରହିଯାଏ ମନ ହୃଦୟ ଆତ୍ମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy