STORYMIRROR

Dr.Priyadarshee Praharaj

Inspirational

3  

Dr.Priyadarshee Praharaj

Inspirational

ନାଗଫେଣୀ

ନାଗଫେଣୀ

1 min
135

 କିଛି ନୂଆ କିଛି ପ୍ରେରଣା ଦାୟକ

କିଛି ଆରମ୍ଭ କିଛି ଅନିବାରଣ ଡାକ।


ଇଞ୍ଚେ ଇଞ୍ଚେ ପାଦ ଆଗକୁ ଯାଉଛି ବଢି

ପ୍ରଗତି ପଥ ମିଳିବ ପାରିହେଲେ କୁହୁଡି।


ସାଥୀରେ ଚାଲିବା ପାଇଁ ମିଳିଛି ଅନେକ ପ୍ରତିଶ୍ରୁତି

କ୍ରମେ ନିଜକୁ ଏକେଲା ପାଇ ସଞ୍ଚିଛି ତିକ୍ତ ଅନୁଭୂତି।


ମିଳିଛି ପ୍ରତି ପର୍ଯ୍ୟାୟରେ ଐଶୀ ଜ୍ଞାନ

ଏବେ ଛୋଟିଆ ଖୁସି ପାଇ ନିଜକୁ ମଣେ ଭାଗ୍ୟବାନ।


ସଂଘର୍ଷ ଯେ ଜୀବନ ପୁସ୍ତକର କିଛି ଫର୍ଦ୍ଦ

ସ୍ଵରାଘାତ ରୋଧ କରାଏ ଅଟକାଇ ପ୍ରଗତିର ସ୍ୱାଦ।


ଈର୍ଷା ଗର୍ବ ଅହଙ୍କାର ଏବେ ସବୁ ଡାଳରେ ଫୁଟିଛି

ଚିହିଟାଇ ଘ୍ରାଣେନ୍ଦ୍ରିୟ ଦୁଃସାଧ୍ୟ ବ୍ୟାପିଛି।


ଡେରି ହେଉ ପଛେ ଫୁଲ ହୋଇ ନିଶ୍ଚୟ ଫୁଟିବି

କଷ୍ଟ ହେଉ ପଛେ କଣ୍ଟା ଜାବୁଡ଼ି ନାଗଫେଣୀ ସାଜିବି।


ବିଶ୍ୱାସର ମର୍ଯ୍ୟାଦା ଅଙ୍ଗେ ମାଖି ସମୃଦ୍ଧି ଆକର୍ଷିତ କରିବି 

ପୂଜାରେ ନ ଲାଗି ନିରାଶ ନ ହୋଇ ନିଜର ଅସ୍ତିତ୍ୱ ବିସ୍ତାରି ଚାଲିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational