Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ପରିବାର

ପରିବାର

1 min
351



ପରିବାରଟିଏ ଗଢା ହୋଇଥାଏ

ବହୁତ ଲୋକଙ୍କୁ ନେଇ 

ଜେଜେବାପା ଜେଜେମାଆ ନନା ବୋଉ

ଆଉ ଦଦେଇ ଦେଠେଇ ।


କକେେଇ ଖୁଡୀ ଭାଇ ଭଉଣୀ

ନିଜେ ନିଜ ପତ୍ନୀ ଅବା ପତି

ଛୁଆ ପିଲା ତଥା ପୁତୁରା ଝିଆରୀ

ସଭିଏଁ ସଙ୍ଗେ ଥାଆନ୍ତି।


ସଭିଙ୍କର ମନ ନେଇ ଚଳୁଥିଲେ

ସଭିଏଁ ହୁଅନ୍ତି ଖୁସି 

ପରସ୍ପର ସ୍ନେହ ଶରଧା ରହିଲେ

ସର୍ବେ ବଇକୁଣ୍ଠବାସୀ  ।


ବିପଦେ ଆପଦେ ସର୍ବେ ଏକ ହୋଇ

ପରସ୍ପର ମିଳିମିଶି 

ସାମନା କରନ୍ତି ବିପଦ ଟଳଇ

ପରିବାରେ ଆସେ ଖୁସି ।


ବଡଙ୍କୁ ମାନ ସନମାନ ସାନଙ୍କ

କଥାକୁ ଗୁରୁତ୍ବ ଦେଇ 

ବିଚାର ବିମର୍ଶ କରି ଚଳୁଥିଲେ

ଅଶାନ୍ତି କେବେ ନଥାଇ ।


ଯାହାଦ୍ୱାରା ଯାହା ହୋଇପାରେ

ସିଏ ଯଦି କରିବ ସେ କାମ

ପରିବାର ସୁଖ ଶାନ୍ତିରେ ଚଳିବ

ସୁସଂଯତ ହେବ କାମ ।


ପରିବାରେ ସବୁ ସୁଖରେ ରହନ୍ତୁ

ମିଳିମିଶି କାମ କରି 

ଆଦର୍ଶ ଜୀବନ ଯାପନ କରନ୍ତୁ

ସୁଖ ଶାନ୍ତି ଯାଉ ଭରି ।


Rate this content
Log in

Similar oriya poem from Inspirational