Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାପ୍ରଭୁ ଙ୍କ ଲକ୍ଷ୍ମୀନୃସିଂହ ବେଶ

ମହାପ୍ରଭୁ ଙ୍କ ଲକ୍ଷ୍ମୀନୃସିଂହ ବେଶ

1 min
407



ଚାରିଦିନେ ଆସି ପହଞ୍ଚେ ପଞ୍ଚୁକ

  ପଞ୍ଚମେ ହୋଇବ ଶେଷ l

ଶ୍ରୀ ଲକ୍ଷ୍ମୀନୃସିଂହ ବେଶ ମଣ୍ଡି ହେଲେ

       ମହାପ୍ରଭୁ ଜଗଦୀଶ ll

ଶିରେ ଦିଶେ ଶୋଭା ଡାଳିକିଆ ପ୍ରଭା

      ସୁନାଦୂବ କେରି କେରି l

ସୁବର୍ଣ୍ଣର ଚିତା ସ୍କନ୍ଧ ରେ ପଇତା

      ଜଗତ ମଙ୍ଗଳ ହରି ll

ବୈକୁଣ୍ଠ ବିହାରୀ ପ୍ରଭୁ ଦଇତାରୀ

     ସଙ୍ଗେ ଧରି ସିନ୍ଧୁ ଜେମା l

ନମଃ ନାରାୟଣ କମଳା ରମଣ

   ଦୋଷ କର ମୋର କ୍ଷମା ll

ସତ୍ୟଯୁଗେ ଗୋଳ ହୋଇଲା ପ୍ରବଳ

     ହିରଣ୍ୟାକ୍ଷ ନେଲା ହରି l

ରସାତଳେ ମାରି ମହୀ ଉଦ୍ଧାରିଲ

      ଶୂକର ଦନ୍ତାଗ୍ରେ ଧରି ll

ହିରଣ୍ୟାକ୍ଷ ଭ୍ରାତ ହିରଣ୍ୟ କଶିପୁ

       ପୁତ୍ର ତାର ପ୍ରହଲ୍ଲାଦ l

ହରି ଭଜନରେ ମଜ୍ଜନ ରହିଲା

   ପିତାରେ ହେଲା ବିବାଦ ll

ନାନା କଷ୍ଟ ଦେଇ ହିରଣ୍ୟକଶିପୁ

      ପୁତ୍ର ନ ପାରିଲା ମାରି l

ଅବୁଝା ପଣରେ ପ୍ରଲ୍ଲାଦ ବୋଇଲା

       ସ୍ତମ୍ଭରେ ଅଛନ୍ତି ହରି ll

ଘୋର ରୋଷ ହୋଇ ହିରଣ୍ୟକଶିପୁ

      ଗଦା ପ୍ରହାରିଲା ସ୍ତମ୍ଭେ l

ବିକଟାଳ ରୂପ ପ୍ରଭୁ ବାହାରିଲେ

     ନରସିଂହ ରୂପେ ଦମ୍ଭେ ll

ବିକଟ ଗର୍ଜନେ ହିରଣ୍ୟ କଶିପୁ

   ତର୍ଜନୀରେ ନେଲେ ଧରି l

ବୁକୁ ବିଦାରିଲେ ଗଳାରେ ପିନ୍ଧିଲେ

    ଅନ୍ତଃ ନାଡ଼ ମାଳା କରି ll

ସେହି ପ୍ରଭୁ ମୋର ନୀଳାଚଳେ ବିଜେ

    ଯୁଗେ ଯୁଗେ ଅବତାର l

ଦୁଷ୍ଟ ସଂହାରଣ ଧର୍ମ ସଂସ୍ଥାପନ

   କୋଟି କୋଟି ନମସ୍କାର ll

ଶ୍ରୀଲକ୍ଷ୍ମୀନୃସିଂହ ବେଶ ଦରଶନେ

    ପୁରିଗଲା ମନରଙ୍କା l

ନମଃ ନାରାୟଣ ନୃସିଂହ ଚରଣ

  ଶ୍ରୀକ୍ଷେତ୍ର କୈବଲ୍ୟ ବିକା ll

ପୁଣ୍ୟ କାର୍ତ୍ତିକ ର ଚତୁର୍ଥେ ପଞ୍ଚୁକ

      ବୈକୁଣ୍ଠ ଚତୁର୍ଦ୍ଦଶୀ l

ବୈକୁଣ୍ଠ ବିହାରୀ ପ୍ରଭୁ ନରହରି

    ନମଃ ନମଃ ବ୍ରହ୍ମରାଶି ll

           

               


Rate this content
Log in

Similar oriya poem from Inspirational