Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାପ୍ରଭୁ ଙ୍କ ରାଜରାଜେଶ୍ୱର ବେଶ

ମହାପ୍ରଭୁ ଙ୍କ ରାଜରାଜେଶ୍ୱର ବେଶ

1 min
327



ମହା ପଞ୍ଚୁକ ର ପଞ୍ଚମ ଦିବସେ

  କାର୍ତ୍ତିକ ରାସ ପୂର୍ଣ୍ଣିମା l

ରାଜରାଜେଶ୍ୱର ବେଶ ହେଲେ

 ପ୍ରଭୁ ନୀଳଶଇଳ ଚନ୍ଦ୍ରମା ll

ନାନା ଅଳଙ୍କାରେ ବିଭୂଷିତ ପ୍ରଭୁ

  ମହା ଐଶ୍ୱର୍ଯ୍ୟ ପ୍ରକାଶ l

ଭକ୍ତଗଣେ ପ୍ରଭୁ କଣେଇ ଚାହାଁନ୍ତି

    ବଙ୍କିମ ଅଧରେ ହସ ll

ସ୍ବର୍ଣ୍ଣମୟ ବେଶେ ଜଗତ ମୋହୁଛ

    ତୁମ୍ଭେ ରାଜ ରାଜେଶ୍ୱର l

ଜଗତ ଠାକୁର ଚକା ଆଖି ତବ

   ସତେ କେଡ଼େ ମନୋହର ll

ଭକତକୁ ପରା ନେବ କୋଳକରି

     ପ୍ରସାରି ବସିଛ ହାତ l

ଆହେ ଲୀଳାମୟ କରୁଣା ଆଳୟ

    ତୁମ୍ଭେ ତ ବିଶ୍ୱ ସମ୍ରାଟ ll

ସୁବର୍ଣ୍ଣ ମୁକୁଟ ସୁବର୍ଣ୍ଣ କୀରୀଟ

      ସୁବର୍ଣ୍ଣ ରେ ହସ୍ତ ପଦ l

କରପତ୍ର ଯୋଡ଼ି ଭକତେ ଜଣାନ୍ତି

      ଖଣ୍ଡ ପ୍ରଭୁ ପରମାଦ ll

ଶିରରେ ସୁବର୍ଣ୍ଣ ଦୂବ କେରା କେରା

    ଦିଶୁଥାଇ କେଡ଼େ ତୋରା l

ଶ୍ୱେତ ପଦ୍ମ ଆଖି, ଆଖି ଯାଏ ଲାଖି

  ଆହେ ପ୍ରଭୁ ଶ୍ୟାମ ଗୋରା ll

ଭାଇ ବଳଦେବ, ଭଉଣୀ ସୁଭଦ୍ରା

       ବନ ହଳଦିଆ ମୁଖି l

ଚତୁର୍ଦ୍ଧା ମୂରତୀ, ଚକ୍ର ସୁଦର୍ଶନ

     ନୀଳାଚଳେ ବସି ସୁଖୀ ll

ହୃଦରେ ତୁମ୍ଭର କୗସ୍ତୁଭ ମଣି

        ଦିଶୁଥାଇ ଝଟ ଝଟ l

କର୍ଣ୍ଣ ରେ କୁଣ୍ଡଳ ଗଳେ ରତ୍ନମାଳ

     ଭୂଜ ରେ ସ୍ବର୍ଣ୍ଣ ବାହୁଟ ll

ଶଙ୍ଖ,ଚକ୍ର, ଗଦା, ପଦ୍ମ, ମହାବାହୁ

     ଧରି ଅଛ ଆଣ୍ଟ କରି l

ଦୁଃସହ, ଦୁର୍ଗତି ମହାକାଳ ଭୟ

    ପଳାଇ ଯାଆନ୍ତି ଡରି ll

ନୀଳଚକ୍ରେ ଉଡ଼ାଇଛ ବୈଜୟନ୍ତୀ

      ବିଶ୍ୱ ବିଜୟ କେତନ l

ଜନ୍ମଦୁଃଖ ଖଣ୍ଡେ ଦେଖିଦେଲେ ଦଣ୍ଡେ

       ନାମ ପତିତପାବନ ll

ହେ ଐଶ୍ୱର୍ୟ୍ଯମୟ ଠାକୁରେ ପ୍ରଭୁ ହେ

     ତୁମ୍ଭେ ବିଶ୍ୱ କାରିଗର l

ଚରଣେ ଶରଣ ଆହେ ନାରାୟଣ

     ଶରଣ ରଖ ମୋହର ll

             


Rate this content
Log in

Similar oriya poem from Inspirational