କିଏ କହୁଛି
କିଏ କହୁଛି
କିଏ କହୁଛି !
ମୋତେ ଏକଷଠି ହେଲାଣି ?
ମୋତେ ପରା ଷୋହଳ ଛୁଇଁନି
କାଲି ତ ସ୍କୁଲ ଯାଉଥିଲି
ଏଇ ତ ଏବେ ଏବେ କଲେଜରୁ ଫେରିଲି,
ନୋଟ୍ ସବୁ ଥାକରେ ସାଇତି ରଖିଛି,
ବଜାରରୁ ନୂଆ ବହି କିଣିଛି
କାଲି ସନ୍ଧ୍ୟାରେ ସାଙ୍ଗମାନେ ପରା
ଭଲିବଲ୍ ଖେଳିବାକୁ ଡାକୁଥିଲେ
ଖାଲି ଘର ଭିତରୁ ଶୁଭିଲା
ଦେହ ଖରାପ ; ଗଲେ କଷ୍ଟ ଲାଗିବ
ସେଥିପାଇଁ ନା ଗଲିନି
ହେଲେ ମୁଁ ବୁଢା ହେଇନି
ଓଓଓ ଏଇ ମର୍ଣ୍ଣିଂଓ୍ବାକର ବାଡି ଦେଖି କହୁଛ କି !
ସେଇଟା କୁକୁର ତଡିବା ପାଇଁ
ଗାଡିରୁ ଯଉ ପଡିଗଲି ବୋଲି ଭାବୁଛ କି
ମୋର ହାତ ଥରୁନଥିଲା ମ
ଚଞ୍ଚଳ ମନଟା ଟିକେ ଚହଲିଗଲା
ଗାଲ ଚମ ଟିକେ କୁଚା ହୋଇଛି ବୋଲି ଚାହିଁଛ କି
ଦେହ ଭଲ ନାହିଁ ତ ଏମିତି ଦିଶୁଛି
ଏଇ ଦେଖୁନ ମୋ ଚୁଟି କଳା ଅଛି , ନିଶ ଠିକ୍ ଅଛି ;
ମୁଁ ବୁଢା ବୋଲି କିଏ କହୁଛି !
