ସତ କଥା
ସତ କଥା


ପେଟରେ ବାଜିଲେ ପାଟି କଥା କହେ
ହୃଦୟକୁ ବାଧିଲେ ସମ୍ପର୍କ ଭାଙ୍ଗେ ।
ସରମ ବିହୀନେ ହାତ ପାତି ଦିଏ
ଜ୍ଞାନୀ ଗୁଣୀ ହେଲେ ସ୍ବାଭିମାନକୁ ଜଗେ ।।
ବିଛୁଆତି ବାଇଢଙ୍କ ସ୍ବଭାବ କୁଣ୍ଡିଆ
ଘରେ ଘରେ ତୁଳସୀ ପୂଜା ପାଉଥାଏ ।
ପୋକ ଶୁଙ୍ଘା ଗଛ ଅବା ଗନ୍ଧୁରା ପୋକ
ଗହଳି ମଧ୍ୟରେ ନିଶ୍ଚେ ବାରି ହୋଇଯାଏ ।।
କଥାରେ ଅଛି
ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ।
ସ୍ବାଦହୀନ ଲାଗେ ତରକାରୀ
ହେଇଗଲେ ଲୁଣିଆ ଅବା ପାଣିଆ ।।