STORYMIRROR

✍️Sanjay Kumar

Inspirational Others

3  

✍️Sanjay Kumar

Inspirational Others

ସତ କଥା

ସତ କଥା

1 min
184


ପେଟରେ ବାଜିଲେ ପାଟି କଥା କହେ

      ହୃଦୟକୁ ବାଧିଲେ ସମ୍ପର୍କ ଭାଙ୍ଗେ ।

ସରମ ବିହୀନେ ହାତ ପାତି ଦିଏ

   ଜ୍ଞାନୀ ଗୁଣୀ ହେଲେ ସ୍ବାଭିମାନକୁ ଜଗେ ।।


ବିଛୁଆତି ବାଇଢଙ୍କ ସ୍ବଭାବ କୁଣ୍ଡିଆ

    ଘରେ ଘରେ ତୁଳସୀ ପୂଜା ପାଉଥାଏ ।

ପୋକ ଶୁଙ୍ଘା ଗଛ ଅବା ଗନ୍ଧୁରା ପୋକ

  ଗହଳି ମଧ୍ୟରେ ନିଶ୍ଚେ ବାରି ହୋଇଯାଏ ।।


କଥାରେ ଅଛି 

   ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ।

ସ୍ବାଦହୀନ ଲାଗେ ତରକାରୀ 

      ହେଇଗଲେ ଲୁଣିଆ ଅବା ପାଣିଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational