ବନ୍ଧୁ
ବନ୍ଧୁ
ବନ୍ଧୁ ପରେ ବନ୍ଧୁ କେତେ ଯେ ଗଢି଼ଛେ
ହିସାବ ନଥିବ କାହାରି ମନେ ।
ଶୈଶବରୁ ବୃଦ୍ଧ ସମସାମୟିକ
ଯୋଡ଼ି ହୋଇଥାନ୍ତି ବିଭିନ୍ନ ସ୍ଥାନେ ।
ଦିନ ପରେ ଦିନ ବିତିଯାଇଥାଏ
ଅଭିମାନେ କଟି ଅବା ରାସ୍ତାକଡ଼େ ଖଟି ।
କିନ୍ତୁ ଭୁଲି ହୁଏନା ପିଲାଦିନ କଥା
ଅପେକ୍ଷା ବାଜିବାର ସେଇ ବିଦ୍ୟାଳୟ ଘଣ୍ଟି ।
ଆସିଲେ ବିପଦ ଯେ ଛାତିଦେଖାଏ
ସଫଳତାରେ ପୁଣି ପିଠି ଥାପୁଡ଼ାଏ ।
ଥୋଇ କାନ୍ଧରେ କାନ୍ଧ ହେଇ ସମସ୍କନ୍ଧ
ନାବିକ ସାଜି ବିପଦ ବୈତରଣୀ ପାରି କରାଏ
କଥାରେ ଅଛି ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
ଦୃଷ୍ଟାନ୍ତ ସାଜିଛନ୍ତି କୃଷ୍ଣ ସୁଦାମା ।
ହେଲେ ଏ ଶବ୍ଦଟି ଭାରି ବିଶାଳ
ପାଇବାର ବନ୍ଧନରେ ନରହୁ ଜମା ।
ସ୍ମୃତି ସବୁ ରଙ୍ଗୀନ ବହିର ପୃଷ୍ଠା
ଏବେ ଓଲଟାଇବାର ଉଚିତ ସମୟ ।
ବନ୍ଧୁ ମିଳନ ଓ ବନ୍ଧୁତା ଦିବସ
କର୍ମମୟ ଜୀବନରେ କରୁଛି ବନ୍ଧୁ ପରିଚୟ
