STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମୁଁ ଏମିତି ବେଟା

ମୁଁ ଏମିତି ବେଟା

1 min
265


ଜୀବନ ଖେଳୁଛି ଭାଗ୍ୟସାଥେ ମିଶି

କରୁଅଛି ହଟହଟା,

ଯେତେଦୁର୍ଭାଗ୍ୟ ମୋ ଭାଗ୍ୟାକାଶେ ଥାଉ,

ଡରିବିନି ମୁଁ ଯେ ଏମିତି ବେଟା।

ସହଜ,ସରଳ,ଜୀବନ ଶୈଳୀ ମୋ

ସଦା ନିଆଁ ସାଥେ ଖେଳୁଥାଏ,

ଅଳିଆ ହଟାଇ ସୁବର୍ଣ୍ଣ ସନ୍ଧାନେ

ଲକ୍ଷ୍ୟ ଜାରି ରଖିଥାଏ।

କର୍ମବୀର ମୁହିଁ ବାକ୍ୟବୀର ନୁହେଁ

କରିବାର ଜିଦ୍ ରଖି,

ହାରିନି ଏଯାଏଁ(ମୁଁ) ଯଦି ହାରିଥିବ କିଏ(ମୋ ଠାରୁ)

ବଡ଼ ଭାଗ୍ୟ ହୀନ ଆଉ ଦୁଃଖୀ।

ମୋ ଭାଗ୍ୟକୁ ମୁଁ ନିଜେ ତ ଗଢିବି

ବିଧାତା କିଏ ଜାଣେନା,

ପିତାମାତାଙ୍କର ଶୁଭାଶିଷ ବଳେ

କେବେ ଦୁଃଖୀ ମୁଁ ମଣେନା।

ରହିଛି ରହିବି କର୍ମରେ ଅଟଳ

ସତ୍ୟପଥ ଅନୁସରି,

ଜାଣିଛି ଜୀବନେ ଘୋରଝଡ ନିଶ୍ଚେ

ଆପେ ଯିବ ଅପସରି।



ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational