ସଂସାର
ସଂସାର
ଦୀନବନ୍ଧୁ ଦୟାସାଗର
ତେତିଶ କୋଟି ଜୀବଜନ୍ତୁ
ଭରି ଗଢ଼ିଛ ତୁମ ସଂସାର,
କାହାକୁ ମଣିଷ କାହାକୁ ପଶୁ
କରି ତୁମେ ତୁମ ବିଚାର ।
କାଉ କି କୋଇଲି
ବିଲୁଆ ହେଉ ଅବା କୁକୁର ,
ତୁଳସୀ ଆଉ ବିଛୁଆତି
ମଣିଷ ମଧ୍ୟେ ଭରିଛ
କରି ତୁମେ ତୁମ ବିଚାର ।
ଜୀବଠୁ ଶବ ଭାରି ଧିରସ୍ଥିର,
କାଷ୍ଠ ପାଷାଣ ସବୁଠୁ ଉଦାର
କରମ ଘେନି ମିଳେ ଉପହାର,
ଏବେ କର ତୁମେ ତୁମ ବିଚାର ।