STORYMIRROR

✍️Sanjay Kumar

Tragedy Others

3  

✍️Sanjay Kumar

Tragedy Others

ସ୍ବାଧୀନତା

ସ୍ବାଧୀନତା

1 min
230

ଚୋର ଭୟେ

ନିବୁଜ କୋଠରୀ ମଧ୍ୟେ କଟୁଛି ରାତି ଦିନ ।

ମୁଁ କେତେ ସ୍ବାଧୀନ ?


ମୁଁ ଝିଅଟେ

ବାଟେ ଘାଟେ ଏକା ଚାଲିବା ମୋ ପାଇଁ ସ୍ବପ୍ନ ।

ମୁଁ କେତେ ସ୍ବାଧୀନ ?


ମୁଁ ଏକ କୁକୁର

ମାଲିକ ବାନ୍ଧିଦିଏ ମୋ ବେକରେ ଏକ ଚେଏନ ।

ମୁଁ କେତେ ସ୍ବାଧୀନ ?


ମୁଁ ପକ୍ଷୀଟିଏ

ଲୁହା ପଞ୍ଜୁରୀ ମୋର ଘର ସମାନ ।

ମୁଁ କେତେ ସ୍ବାଧୀନ ?


ମୁଁ ଚାକର

କର୍ମ ମୋର ଜିଣିବା ପାଇଁ ମାଲିକର ମନ ।

ମୁଁ କେତେ ସ୍ବାଧୀନ ?


ମୁଁ ନାବାଳକ

କରି ପାରେନା ନିଜ ବିଚାରର ଚିନ୍ତନ ।

ମୁଁ କେତେ ସ୍ବାଧୀନ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy