ଦ୍ଵନ୍ଦ
ଦ୍ଵନ୍ଦ
କିଏ କହୁଛି ବଞ୍ଚିବା ପାଇଁ ମଣିଷ ଖାଏ
କିଏ କହୁଛି ଖାଇବା ପାଇଁ ମଣିଷ ବଞ୍ଚେ
ପୁଣି କିଏ ଢାଳି ଦେଲାବେଳେ ଆଉ କିଏ ଛିଞ୍ଚେ ।
କିଏ କହେ ପିଇଲେ ମରିବ ନପିଇଲେ ବି ମରିବ
ତେଣୁ ପିଇକି ମରିବା ଭଲ
କାହାର ପ୍ରିୟ ସବୁଜ ଆଉ କାହାର ଲାଲ ।
କିଏ ବି କହନ୍ତି ଆମିଷ ଭୋଜନଠୁ ଭଲ ନିରାମିଷ
କେତେକ କହନ୍ତି ନିରାମିଷ ଭୋଜନ ଠାରୁ ଭଲ ଆମିଷ
ସତରେ ବାଘ ଖାଇବନି ଘାସ କି ମିରିଗ ଖାଇବନି ମାଂସ ।
ଏମିତି ଅନେକ କଥା ସଂସାରରେ ଦ୍ବନ୍ଦ ଉପୁଯାଏ
କିନ୍ତୁ ପ୍ରକୃତ କଥାଟି
ନିଜକୁ ସୁହାଇଲା ଭଳି ମଣିଷ କହିଥାଏ
ଆଉ ଯୁଆଡ଼େ ବର୍ଷା ସିଆଡ଼କୁ ଛତା ବୁଲାଇଦିଏ ।
