STORYMIRROR

Minakshi Samal

Inspirational

3  

Minakshi Samal

Inspirational

ବୀର ଅଭିନନ୍ଦନ

ବୀର ଅଭିନନ୍ଦନ

1 min
232




ଫେବୃୟାରୀ ମାସ ଛବିଶ ତାରିଖ

ଭୋର ତିନିଟା ତିରିଶ

ଭାରତର ବାୟୁସେନା ରଚିଥିଲା

ନୂଆ ଏକ ଇତିହାସ।


ପୁଲଓ୍ବାମା ପ୍ରତିଶୋଧ ନେବାପାଇଁ

ରଣହୁଙ୍କାର ଛାଡିଲେ

ମିରେଜ ଦୁଇହଜାର ଉଡାଇକି

ବାଲାକୋଟ ପହଞ୍ଚିଲେ।


ଲେଜର୍ ଗାଇଡେଡ୍ ମିଶାଇଲ୍ ର

ସଫଳ ପ୍ରୟୋଗ କଲେ

ଜୈସ୍ ଏ ମହମ୍ମଦ ର ଆତଙ୍କୀ ଆଡ୍ଡାକୁ

ଧ୍ବଂସସ୍ତୁପ ବନାଇଲେ।


ଚଉରାଳିଶ ଭାରତୀୟ ଯବାନଙ୍କ

ସମ ନୁହେଁ ତିନିଶ' ଆତଙ୍କୀ

ଆତ୍ମଘାତୀ ମାନେ ବୁଝି ପାରିବେନି

ଦେଶପ୍ରେମ ଦେଶଭକ୍ତି।


ସେମାନଙ୍କ ସଂହାରରେ ଭାରତୀୟ

ହର୍ଷ ଉଲ୍ଲାସରେ ମାତି

ଗର୍ବରେ ଛାତି ପିଟି ଗାଉଥିଲେ

ବାୟୁସେନାର କିରତୀ।


ସହିଲାନି ଦୈବ ଏଇ ଖୁସି ଟିକୁ

ଦେଲା ମାନସିକ କଷ୍ଟ

ସତାଇଶ ତାରିଖରେ ଦେଶଭକ୍ତ

ପାକିସ୍ତାନରେ ଅଟକ।


ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ଯେ

ଶତ୍ରୁହାତେ ବନ୍ଦୀ ଆଜି

ଅଜଣା ଆଶଙ୍କାରେ ମନ ଶିହରେ

ଲାଗିଲା ଜୀବନ ବାଜି।


ପାକିସ୍ତାନ ଯୁଦ୍ଧବିମାନ ପଠାଇ

ଥିଲା ଏଫ୍ ସିକ୍ସ ଟିନ୍

ଧ୍ବଂସ କରି ତାକୁ ଅକାମୀ କରିଲେ

କରିଦେଲେ ଖିନ୍ ଭିନ୍।


ବୀରତ୍ବର ପରିଚୟ ଦେଇକରି

ଦେଶପ୍ରେମ ଦେଖାଇଲେ

ଦୁର୍ଭାଗ୍ୟବଶତଃ କିଛି ପାକିସ୍ତାନୀ

ହାତେ ଧରା ପଡିଗଲେ।


ଜନ୍ମଭୂମି ପାଇଁ କେତେଯେ ବର୍ବରତାକୁ

ଶଯ୍ୟ କରିଗଲେ

ଯେପରି ଗରଳ ପାନକରି ଶିବ

ନୀଳକଣ୍ଠ ସାଜିଥିଲେ।


ଦେଶବାସୀ ଆଜି ତୁମ ମୁକ୍ତି ପାଇଁ

ମିଶାଇଛନ୍ତି ଯେ ସ୍ବର।

ଭାରତର ବୀରପୁତ୍ର ତୁମେ ଶୀଘ୍ର

ଭାରତ କୋଳକୁ ଫେର।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational