STORYMIRROR

Writer Roja Panda

Inspirational

4.3  

Writer Roja Panda

Inspirational

ଶେଷାର୍ଥ

ଶେଷାର୍ଥ

1 min
319



ଲେଖିକା-ରୋଜା ପଣ୍ଡା


କାହାର ଅପେକ୍ଷା କରିଅଛ ତୁମେ , କା ପାଇଁ କରୁଛ ଗର୍ବ,

କି ଘେନି ଆସିଛ ମହିମଣ୍ଡଳକୁ, ଈଶ୍ୱରଙ୍କ ଦାନ ସର୍ବ ।।


ଈଶ୍ୱରଙ୍କ ଦାନେ ହୋଇ ମଦମସ୍ତ ପରକୁ କରୁଛ ନିନ୍ଦା ,

ଛାର ଗାଈ ତମେ ଯା ବେକର ପଘା ଦଇବ ହାତରେ ବନ୍ଧା ।।


ଦଇବ ଜେଣିକି ଟାଣିବ ଦଉଡି ସେଣିକି ପଡିବ ଟଳି,

ଛାର ଧନ,ରତ୍ନ,ମାନ,ସନମାନ , ସବୁତ ଦେହର ମଳି ।।


ଆଜିର ଐଶ୍ୱର୍ଯ୍ୟ ପାଇଁ ଅହଂକାର କରି ଟେକୁଅଛ ଶିରି,

ଭାଗ୍ୟ ବଦଳିଲେ ସବୁ ବଦଳିବ ମୁଣ୍ଡ ମୋଡି ଯିବ ପଡି ।।


ସଂସାରରେ ସବୁ ଅଢେଇଦିନିଆ ସାହା ଏକା ଖାଲି ଧର୍ମ ,

ପାଇବ ତା ଫଳ ମାପି ଚୁପି କରି,ଯେମିତି କରିବ କର୍ମ ।।


ପୂର୍ବ ଅପକର୍ମ ପାଇଁ ଭୋଗୁଅଛ ଆଜିର ନରକ ଜ୍ୱାଳା,

ଆଜିବି ନହେଜି କରୁଛ ସେ କର୍ମ ଭାବିଷ୍ୟକୁ କରି ଅନ୍ଧକାର ପରି କଳା ।।


ଦୀପ ଲିଭିଗଲେ ସବୁ ସରିଯିବ ଆତ୍ମା ହୋଇଯିବ ଲୀନ ,

ବନ୍ଧୁ ପରିଜନ ଦେହ କିଳାଇବେ କି କରିବ ସଞ୍ଚି ଧନ ।।


ପିତା,ମାତା, ପୁତ୍ର,ସ୍ୱାମୀ,ସଖା,ବନ୍ଧୁ କେହି ନୁହେଁ ଏଠି ସାହା,

କି ପାଇବ ଧାଇଁ ମରୀଚିକା ପଛେ ସବୁ ଏଠି ମିଛ ମାୟା ।।


ଧର୍ମ ଏକା ଯିବ ପଛରେ ଗୋଡ଼ାଇ ରହିଯିବେ ସବୁ ପଛେ,

ମଲା ଦେହ ଆଉ ବାହୁଡ଼ିବ ନାହିଁ ଘରମୁହାଁ ହୋଇ ସତେ ।।


ଇର୍ଷା ,କପଟକୁ ଦୂର କରି ମନୁ ବାଣ୍ଟି ଚାଲ ସ୍ନେହ ଶ୍ରଦ୍ଧା,

ସତ୍ୟ ,ଧର୍ମ,ନ୍ୟାୟ ପଥେ ଚାଲୁଥିଲେ ଉଚ୍ଚା ହେବ ସଦା ମଥା ।।


ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟନା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya poem from Inspirational