STORYMIRROR

pratap nayak

Inspirational

3  

pratap nayak

Inspirational

ଅଭିନନ୍ଦନଙ୍କୁ ଅଭିନନ୍ଦନ

ଅଭିନନ୍ଦନଙ୍କୁ ଅଭିନନ୍ଦନ

1 min
192


ଗର୍ବର ସହ କୁହାଯାଇ ପାରେ

କୋଟି ଦେଢଶହ ତୁଣ୍ଡରେ

ବର୍ତ୍ତମାନ ଅଭିନନ୍ଦନଙ୍କୁ

ଅଭିନନ୍ଦନ ।


ଯିଏ ଦିହଜାର ଫୁଟରୁ ଲକ୍ଷ୍ୟ ଭେଦିପାରେ

ଯିଏ ବିଗୁଲ ବଜେଇ ପାରେ ଶତ୍ରୁର ଗୁମ୍ଫାରେ

ଛନକା ପୁରେଇ ପାରେ ଶତ୍ରୁର ଛାତିରେ

ତା ପରେ ବି!


ନିଜ ଜୀବନ ବଂଚେଇ ପାରେ

ଶତ୍ରୁ ଦେଶ ପୋଖରୀ ଜଳରେ

ନିଜର ଯୁଦ୍ଧର ନକ୍ସାକୁ

ନଅ-ଦେଇ ଶତ୍ରୁହସ୍ତେ

ନଷ୍ଟ କରିବାର ସାହସ

ଏକାହିଁ ତୁମର

ଏକା ଅଭିନନ୍ଦନର ।


ନିର୍ଭିକରେ ଆହତ ବି ହୁଅ ,

ଶତ୍ରୁ ସୈନ୍ୟ ଗହଣରେ ବି ପଚାରିପାର

ମୁଁ କଣ ଯୁଦ୍ଧ ବନ୍ଦି ???

ଜର୍ଜରିତ ପ୍ରଶ୍ନର ଉତ୍ତର .

ମୁଁ ଭାରତୀୟ ସେନା କମାଣ୍ଡର

ଅଭିନନ୍ଦନ ନମ୍ବର ୨୭୯୮୧

କ୍ଷମା କରିବେ ଏହା ଛଡା

ମୋ ପାଖରେ ନାହିଁ ଅନ୍ୟ କି ଉତ୍ତର....

ଆଖିରେ ଆଖି ମିଶେଇ ଚା ପିଇ ପାର

ବୀର ତୁମେ ଶତ୍ରୁ ସମ୍ମୁଖରେ!


ଚାହାଁନ୍ତି ସେମାନେ ମୁଲଚାଲ ଅବା ସର୍ତ୍ତ

କିନ୍ତୁ ବୀର ଭୋଗ୍ୟାର ଉତ୍ତର ଆସେ !

ବିନା ସର୍ତ୍ତ ବିନା ମୁଲଚାଲରେ

ଜେନେଭା ଆଉ ଚୁକ୍ତି ଆନ୍ତର୍ଜାତିକର

ସସମ୍ମାନେ ଛାଡ ସେ ଅଭିନନ୍ଦନ!!

ନହଲେ ଅବସ୍ୟ ଚିତ୍ର ହେବ

ଭିନ୍ନ ପ୍ରକାରର ।


ସଗର୍ବେ ଫେରିଆସ ତୁମେ

ତୁମେ ଫେରିଆସ ଅଭିନନ୍ଦନ

ଉଚ୍ଚାକରି ଶୀର ....

ଉଚ୍ଚକରି ମାର ପଣତ

ସେହି ତ୍ରିରଙ୍ଗାର....

ଉଚ୍ଚକରି ମାର ପଣତ

ସେହି ତିରଙ୍ଗାର.....।


Rate this content
Log in

Similar oriya poem from Inspirational