STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ସେ ନାରୀ

ସେ ନାରୀ

1 min
536


ସେ ନାରୀ

ଭସା ବାଦଲ ର ମେଳ

ସମୁଦ୍ର ରେ ଲହଡି

ଜୋଛନା ରାତି ରେ ତାରାଭରା ଆକାଶ

ଶୀତ ର କୁହୁଡି ଏ ସବୁର ସ୍ୱରଞ୍ଜଳିର

ସମଷ୍ଟି କେବଳ ତା ପାଇଁ ।

ସୃଷ୍ଟି ସ୍ଥିତି ବିନାଶ ଭଳି ସେ ଜନ୍ମିତ ଆଉ ଚିର ପୂଜିତ।

ମେଘର ଦୁନ୍ଦୁଭି ପବନର କ୍ଷୀପ୍ରତା ସମ ତାର ଚାଲି

ଅନେକରୁ ଏକ ଏକରୁ ଅନେକ

ସେ ସହିପାରେ ବହିପାରେ

ଆଉ ହାତଧରି ଚାଲିବା ଶିଖେଇ ଥାଏ ସମାଜକୁ

ତାର ନିସ୍ୱତ ପାରିଲା ପଣ ରେ ପୂରି ଉଠେ

ଯେତେ ସବୁ ଖମା ଖାଲ

ଶୁଣି ପାରୁଛ କେମିତି ମେଦିନି କମ୍ପେଇ ଉଠୁଛି ସ୍ୱର

ଖାସ ତାହାରି ପାଇଁ

ଧରିତ୍ରୀ କାନ୍ଦୁଛି

ଖାସ ତାରି ପାଇଁ

ମାଳ ମାଳ ଗଳ୍ପର ସମାହାର

ପୁଣି କବିତା ଆସର ଖାସ ତାରି ପାଇଁ

ମୌଳି ଯାଇ ଫୁଲ ଯଦି ଚହଟେଇ ଦେଇ ଯାଏ

ସେ କାହିକି ଗୁମୁରି ମରୁଥିବ ନିଜ ଭିତରେ ଗୁଡେଇ ତୁଡେଇ

ତାର ଶୀତଳତାର ପରଶରେ ପଲ୍ଲବିତ ହୋଇ ଉଠେ ମରୁ

ହସିଉଠେ ବଣ ପାହାଡ଼ ଗଛଲତା

ତେବେ କାହିଁଇକି ତଂଟି ଚିପି ମାରୁଛ

କମନିୟତାକୁ ଅସାଡ଼ ଅନୀତି ର ଧାରରେ।

ସୂର୍ଯ୍ୟ ଉଇଁଲେ ସେ ହେବ ସୂର୍ଯ୍ୟ ସ୍ନାତା।ପଣତରେ ସାଉଁଟିବ

ମୁଠା ମୁଠା ଲୁହ ଆଉ ଛାତିର କୋହ

ଅଳସ ଭରା ପାଦରେ କାକର ଟୋପାକୁ ଛୁଇଁ ଛୁଇଁ

ଚାଲୁଛି ସେ କଣ୍ଟା ଝଟା ରାସ୍ତାରେ

ଆବୋରି ନେଇ ମହାର୍ଘ୍ୟ ଦିଗ।


ମୈତ୍ରେୟୀ କମିଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational