STORYMIRROR

Maitreyee Kamila

Others

3  

Maitreyee Kamila

Others

ଆସ ପୁଣି ଥରେ ଫେରିବା

ଆସ ପୁଣି ଥରେ ଫେରିବା

1 min
181

ଆସ ପୁଣି ଥରେ ଫେରିବା

ଆସ ପୁଣି ଥରେ ଫେରିବା


ଏଇ ତ ମନେପଡୁଛି

ଗୋଟିଏ ଚକଲଟେକୁ ଟାଣିଟୁଣି ଦୁଇଜଣ ଏକାପ୍ରକାର ଜିଭଟାକୁ ରଙ୍ଗେଇ ଦେଖେଇବାକୁ,


ଛକିଶୂନ ଖେଳରେ ବାଜିମାରି ସିଲଟଟାକୁ ଜବରଦସ୍ତ ଲିଭେଇଦେବା,


ସ୍କୁଲଛୁଟି ହେଲେ ଜୋରରେ ପାଟି କରି 

ଧୁଳିଉଡେଇ ଘରକୁ ଫେରିବା,

ରଜାରାଣୀ ଗପ, ଭୂତ ଗପ

କହି ସେ ଦୁନିଆରେ ହଜିଯିବା,

ସ୍କୁଲ ନ ଆସିଲେ ଖାତାଟାଣି  

କାଲିର ପାଠକୁ କପି କରିବା,

ଯେତେ କଟି ଥିଲେ ସୁଦ୍ଧା ଟିଫିନ ଡବାଟା ଧୀରେ ତା ଆଡ଼କୁ ସରକି ଦେବା,


ଆଜି ମଧ୍ୟ ମନ ଭିତରେ ବୁଢ଼ୀ ଅସୁରୁଣୀ ଗପର

ଅଡ଼ୁଆ ସୂତା ପରି ଗୁଡେଇ ହୁଏ,

ଚାଲ ପୁଣି ଆମେ ବାଲିଖେଳ ଛାଡି ଆଗେଇ ଯିବା,


କାହାରି ପାଖେ ନିର୍ଲ୍ଲଜ ହୋଇ ହାତ ପାତିଦେବା

କୋଳିଟିଏ ପାଇଁ, ତେନ୍ତୁଳି,ଆମ୍ବ ଟିକେ ପାଇଁ,ଲୁଣ ପାଇଁ

ଗପ ବହି ପଢି ପୁଣି ଫେରେଇବା,

କଲମ ହଜେଇ ଗାଳି ଶୁଣିବା

ରଫ ଖାତା ଚିରି , ଚୋର ପୋଲିସ ଖେଳିବା।

ଆସ ପୁଣି ଥରେ ସେଦିନକୁ ଫେରିବା

ଜୀବନ ଜିଇଁବାର ମନ୍ତ୍ର ଆଉଥରେ ଶୁଣିବା।



Rate this content
Log in