STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ଯୋଗଜନ୍ମା ଫକୀରମୋହନ

ଯୋଗଜନ୍ମା ଫକୀରମୋହନ

1 min
195

ଓଡ଼ିଆ ଭାଷା ସାହିତ୍ୟର ସୁଦକ୍ଷ ସେନାପତି,

ସଂକ୍ରାନ୍ତି ପୁରୁଷ ,ପ୍ରଥମ ଓଡ଼ିଆ ଗାଳ୍ପିକ, ପ୍ରଥମ ଓଡ଼ିଆ ଔପନ୍ୟାସିକ,

ବ୍ୟାସକବି ଫକୀରମୋହନ ଜୟନ୍ତୀ ଅବସର ରେ

ନିଶ୍ୱ ଜୀବନ ଭିତରୁ ସାଉଁଟି ଆଣୁଥିଲ ଭିନ୍ନ ଭିନ୍ନ ଚରିତ୍ର

ମାଟି ଦେଲ, ପାଣି ଚିଂଛି ପୁଟି ଦେଲ,

ନିଶ୍ୱାସ ରେ ଭରିଲ ସକଳ ବିଶ୍ୱାସ

 ତାକୁ ଜୀବନ୍ତ କଲ

ଲେଖନୀ ରେ ,

ତୀକ୍ଷଣ ହେଲା 

ନିହାଣମୁନ ରେ 

ଖୋଦା ହେଲା ,ଶାଶ୍ୱତ ଭୂଇଁ ରେ ଗଢା ହେଲା ଇତିହାସ

ଶତାବ୍ଦୀ ର ପୂର୍ଣ୍ଣ ସୂର୍ଯ୍ୟଦୟରେ 

ମାମୁଁ, ଲଛମା,ପ୍ରାଯଶ୍ଚିତ,

ଅଖ୍ୟାତ ଗାଁରୁ ଅସଜଡା ନାରୀ ଚମ୍ପା, ନିପଟ ମଫସଲିଆ ଭଗିଆ ସାରିଆ ର ଜୀଵନ ନାଟୀକା ନେତ,

ଜମିଦାର ରାମଚନ୍ଦ୍ର ମଙ୍ଗରାଜ

 ତୁମେ ଲେଖନୀରେ ଛମାଣ ଆଠଗୁଣ୍ଠ ପାଇଁ ଏମାନେ ସବୁ ଜୀବନ୍ତ ଚରିତ,

ଆଜି ମଧ୍ୟ ରହି ରହି କଡ଼ ଲେଉଟାଏ ଓଡ଼ିଆ ସାହିତ୍ୟ ଆକାଶରୁ ରେବତୀ ର ଅକୁହା ଅବଗୁଣ୍ଠନ ,ଜେଜେମା ର ଦୋର ଟି ଗାଳି ରେ ଅଭିଶପ୍ତ ଜୀବନ,

କୋହ ରେ ଭିଜେ 

ମାଟିକୁ ଥରାଏ,

ଜାତିକୁ ମନେପକାଇ ଦିଏ

ଆଉ କିଏ ହେବ ଭାଷା ଆନ୍ଦୋଳନ ର ପୁରୋଧା ତୁମ ଛଡା 

ଆହେ ଯୋଗଜନ୍ମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational