STORYMIRROR

Maitreyee Kamila

Classics

3  

Maitreyee Kamila

Classics

ନୂଆବର୍ଷ

ନୂଆବର୍ଷ

1 min
228


ଶୀତ ର ଅଳସ ପଣ ରେ 

ପୁଣି କିଛି ନୂଆ ଆଶା ଭରସା ର  ଲୋଚା କୋଚା କାଗଜ଼ ଟିଏ ଗୁଂଜା ହେବ ଆଜି ମନ ର ପ୍ରତିଶୃତି ହୋଇ।ଆଉ ସେପଟେ ନୂଆ କେଲେଣ୍ଡର ସାଇତା ହୋଇ ରହିଯିବ କାନ୍ଥରେ ।

ସମୟ ଟା ବିନ୍ଦୁ ଟିଏ ହୋଇ କୃଷ୍ଣ ପକ୍ଷ ରୁ ଶୁକ୍ଳ ପକ୍ଷ ଯାଏ ଜହ୍ନ ର ଆୟୁଷ ନେଇ ଅଳ୍ପ ଅଳ୍ପ ବଢ଼ୁଥିବ।


ନିହାଣ ମୁନରେ ଶିଳ୍ପୀ ନିଜ ଶ୍ରେଷ୍ଠତା ର କଳା ଚାତୁରୀ ରେ ଇତିହାସ ଗଢୁ ଗଢୁ, ନିଜ ଛାତି କୁ ପଥର କରିବା ଭଳି ଆମେ  ଏବର୍ଷ ର ଅଜଣା ରାଶିଫଳ ଦେଖି ସାଷ୍ଟାଙ୍ଗ ହେବା।


ସୃଷ୍ଟିର ସର୍ଜନା ରେ

ମାଟିରୁ ଆକାଶ 

ଆଉ ଆକାଶ ରୁ ମାଟିର 

ଦୂରତା ମାପୁଥିବା ଧାନ କ୍ଷେତ ସୁନା ହୋଇ ଫଳିବ।


ନିଶ୍ୱାସରେ ବହୁଥିବା ପବନ

ଆଉ ଧମନୀ ର ରକ୍ତ କଣିକା ନିଜ ନିଜ ଭିତରେ ମଣିଷ ପଣିଆ ଖୋଜିବାରେ ବ୍ୟସ୍ତରହିବେ।


ଏବର୍ଷ ପାଣିପାଗ ର, ଭଲ ମୌସୁମୀବାୟୁ କୁ ଅପେକ୍ଷା,

ଗ୍ରହ ନକ୍ଷତ୍ର ଙ୍କ ଗତି କୁ ଚାହିଁ

ଦିନକୁ ରାତି ଆଉ ରାତି ର ଦିନ କୁ ଅପେକ୍ଷା ।

ହେଲେ 

ଗରିବ ର କୁଡ଼ିଆ ରେ ଚୁଲି ରେ ନୂଆ କିଛି ଫୁଟା ହେବା ଆଉ

ଅନାଥ ଶିଶୁ କୁ ବସ୍ତ୍ର ମିଳିବା ନିଶ୍ଚୟ ଭାଗ୍ୟ ର କଥା।

 

ଆମେ କିନ୍ତୁ ସେ ଚୁକ୍ତିପତ୍ର କୁ ମଧ୍ୟ ସମ୍ମାନ ଦେବା

ଯାହା ଆମ ସାମ୍ନା ରେ ,

ସେଥିରେ ଆଗତ,ବିଗତ ପ୍ରତି ଟି ଶଦ୍ଦ କୁ କାୟ ମନ ବାକ୍ୟ ରେ ଆଦରି ନେବା।

ଆମେ ସବୁ ମହାମାରୀ ରେ ପୀଡିତ ଯୋଦ୍ଧା।

ସାମାଜିକ ଦୂରତ୍ୱ ଆଉ ମୁହଁ ରେ ମାସ୍କ ସହ ଗତିଶୀଳ ହେବା ଆମ ଜୀବନର ଧର୍ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics