STORYMIRROR

Ajaya Kumar Mohanty

Inspirational

3  

Ajaya Kumar Mohanty

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
517


କ'ଣ ବା ଅଛି ବାକି

ନିଜକୁ ଦେଇଛି ବାଣ୍ଟି

ଦେଲାପରେ ଯାହା ରୁହେ

ସେଥିରେ ବି ଭାଗ ଥାଏ

ଭଗ୍ନାଂଶରେ ଜୀବନ ବିତାଏ।


ଏମିତି ସହଜ ନୁହେଁ

ନିସ୍ବାର୍ଥରେ ହେବା ଦାନବୀର

ନିସଂକୋଚରେ ବାଣ୍ଟି ଦେବା

ଧନ ଜନ ସ୍ଥାବର ଜଙ୍ଗମ

ମେଦପରି ଗର୍ବ ଅହଙ୍କାର।


ଭଗ୍ନରେ ମୁଁ ମଗ୍ନ ମାଗେ

କାଣିଚାଏ ଅନାବିଳ ସ୍ନେହ

ଚାମୁଚେ ନିର୍ଭେଜାଲ ପ୍ରେମ

ପଦଟିଏ ସମ୍ବେଦନର କଥା

ଆଞ୍ଜୂଳାଏ ଆନନ୍ଦ ନିରୂତା।


ଜୀବନର ଗଣିତ ଅଛିଣ୍ଡା

ବୁଝିବାକୁ କରିନାହିଁ ଚେଷ୍ଟା,

ବଂଚିବାର ସଂଘର୍ଷ ଅନନ୍ଯ

ସମତୁଲ ଦେୟ ପ୍ରାପ୍ତି

ଆଶା ନାହିଁ ସଂଚିବାରେ କିଛି ।


ବୁଝେନା ମୁଁ ପାପ ପୁଣ୍ୟ

ଇଚ୍ଛା ନାହିଁ ହେବାକୁ ମହାନ

ଦେଇ କେହି ହୁଏ ନାହିଁ ଶୁନ୍ଯ

ଦୀପ ଜଳେ ଥିବା ଯାଏ ତେଲ

ଆଲୋକର ହୁଏ ବିତରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational