STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ପ୍ରତିଶୋଧ

ପ୍ରତିଶୋଧ

1 min
593


ପ୍ରତିଶୋଧ ଚାହୁଁ ପ୍ରତିଶୋଧ

ଆମେ—

ପ୍ରତିଶୋଧ ଚାହୁଁ ପ୍ରତିଶୋଧ ॥


ଆତଙ୍କବାଦର ଗତିରୋଧ ପାଇଁ

ପାକିସ୍ଥାନର ବରବାଦ ପାଇଁ

ପ୍ରତିଶୋଧ ଚାହୁଁ ପ୍ରତିଶୋଧ

ଆମେ—

ପ୍ରତିଶୋଧ ଚାହୁଁ ପ୍ରତିଶୋଧ॥


ଅକାଳେ ବୈଧବ ଯାତନା ଦେଇଛି

ପୁତ୍ରଠାରୁ ପିତା ଛଡେଇ ନେଇଛି

ବୃଦ୍ଧ ପିତା ମାତା ଶୋକ ସନ୍ତପ୍ତ

ହଜିଛି ଜୀବନ ଛନ୍ଦ,

ହିନ୍ଦୁସ୍ଥାନ ଆଜି ସ୍ତବ୍ଦ

ପ୍ରତିଶୋଧ ଚାହୁଁ ପ୍ରତିଶୋଧ

ଆମେ —

ପ୍ରତିଶୋଧ ଚାହୁଁ ପ୍ରତିଶୋଧ ॥


ଅଖଣ୍ଡ ଭାରତ ହୋଇଲା ଖଣ୍ଡିତ

ଅବାଞ୍ଛିତ ପାକିସ୍ଥାନ ଆବିର୍ଭୁତ

କାଶ୍ମୀରକୁ ପୁଣି ଛଡେଇବା ପାଇଁ

ଚଳାଏ ଆତଙ୍କବାଦ,

ସହିବାର ସୀମା ଟପିଛି ଧୈର୍ଯ୍ୟବନ୍ଧ

ପ୍ରତିଶୋଧ ଚାହୁଁ ପ୍ରତିଶୋଧ

ଆମେ—

ପ୍ରତିଶୋଧ ଚାହୁଁ ପ୍ରତିଶୋଧ ॥


ହେ ମୋ ଭାରତର ବୀର ସନ୍ତାନ

ଦେଇଗଲ ତୁମେ ଶ୍ରେଷ୍ଠ ବଳିଦାନ

ପ୍ରତିଟି ରକ୍ତ ବିନ୍ଦୁ ତୁମର

ହେବନାହିିଁ କେବେ ବ୍ୟର୍ଥ,

ଏହା ଆମର ବଜ୍ର ଶପଥ

ପ୍ରତିଶୋଧ ଚାହୁଁ ପ୍ରତିଶୋଧ

ଆମେ—

ପ୍ରତିଶୋଧ ଚାହୁଁ ପ୍ରତିଶୋଧ ॥

*******

ବାଉରିବନ୍ଧୁ ଲେଙ୍କା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational