STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଆସୁଛି କଳାପାହାଡ଼

ଆସୁଛି କଳାପାହାଡ଼

1 min
472



ଭଗ୍ନ କୋଣାର୍କର ମଗ୍ନ ଶିଳ୍ପୀ ମୁଁ

ବେଦନା ସିକ୍ତ ମନ,

ଯନ୍ତ୍ରଣା ଜର୍ଜରିତ ହୃଦୟେ ବି ଆଜି

ଭୀତି ଆସେ ଘନଘନ।

କାହିଁ କେଉଁ କାଳୁ ଚାହିଁ ବସିଅଛି

କାହାର ସ୍ନେହ ପରଶ,

ବାଜି ମୋ ଦେହରେ ଆସିବ ଓଠରେ

ଅମୂଲ୍ୟ ଟିକିଏ ହସ।

ଆଶଙ୍କା ମୋହର ବେଳୁବେଳ କହେ

ପୁଣି ଆସିବ କଳାପାହାଡ଼,

ଭାଙ୍ଗିବ କୀରତି ନେଇଯିବ ଲୁଟି

ଫିଙ୍ଗିବ ସହସ୍ର ଦୁଃଖର ଝଡ଼।

ଓଡିଶାର ଅନ୍ତ ଫାଡି କାଢିଦେବ

କରିଦେବ ବିବସନା,

ଜାଗ୍ରତ ହୁଅ ମୋ ଭାଇ ଓ ଭଉଣୀ

ଆଖି ଫାଡି ଟିକେ ଅନା।



ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational