STORYMIRROR

Pratikshya Senapati

Inspirational

3  

Pratikshya Senapati

Inspirational

କିଛି ଅକୁହା

କିଛି ଅକୁହା

1 min
216

ଅତୀତ ସ୍ମୃତିକୁ ହୃଦୟ ଭିତରେ

ଚାପି ରଖେ କିଛି କଥା।

ମନ ଦର୍ପଣରେ ଦେଖୁଛି ମୁଁ ନିତି

ମରମ ତଳର ବ୍ୟଥା।


ଶଦ୍ଦ ଭେଦୀ ବାଣ ଭେଦିଯାଏ ଦେହେ

ରକ୍ତ ଝରେ ଅନ୍ତରରେ।

ଅନ୍ତର୍ଦ୍ଵନ୍ଦ୍ୱେହେଲି କ୍ଷତ ବିକ୍ଷତ ମୁଁ

ଛାଡି ଗଲ ବସନ୍ତରେ।


ଶ୍ରାବଣ ବର୍ଷାରେ ଭିଜାଉ ଥିଲ ମୋ

ଓଢଣୀକୁ କରି ସିକ୍ତ।

ଭୋଦେଇ ଚାନ୍ଦର ତାଳେ ତାଳେ ଦେଖି

ପ୍ରୀତିର ଉଛୁଳା ସ୍ରୋତ।


ମଧୁ ଚୁମ୍ବନରେ ଚୁମ୍ବି ଦେଉଥିଲ

ଅଧରରେ ସଦ୍ୟ ଫୁଲ।

ମନ ଫୁଲ ବନେ ଚିଠି ଲେଖୁଥିଲ

ପ୍ରେମ ପ୍ରଣୟର ଗେଲ।


ନୂପୁର ଶଦ୍ଦର ତାଳେ ତାଳେ ମୃଦୁ

କମ୍ପନରେ ହଜିଯାଏ।

ଉଷୁମ ଦେହରେ ନିବିଡ ପରଶ

ରୋମାଞ୍ଚ ଖେଳାଇ ଦିଏ।


ସରମେ ରହୁଛି ମରମ ଦହୁଛି

ଅକୁହାକଥାର ବୋଧ।

ସପନେ ସପନେ ଛୁଇଁ ଦେଇଯାଅ

ପାହାନ୍ତି ରାତିର ନିଦ।


ବସନ୍ତ ଗାଉଛି ମନ ଉପବନେ

ବିରହର ଅଗ୍ନି ଜାଳି।

ପଉଷ ଶୀତରେ ଫୁଙ୍ଗୁଳା ପଡ଼ିଛି

ଉଛୁଳା ଯୌବନ କଳି।


ମୁକୁଳା କବରୀ କୃଷ୍ଣଚୁଡା ହସ

ହୃଦୟ ଦେଉଛି ଦହି।

ମୋ ବୁକୁ ସ୍ପନ୍ଦନେ ତୁମେ ଏକା ଅଛ

ଏକଥା ଜାଣିଲ ନାହିଁ।


ଶରଦ ସନ୍ଧ୍ୟାରେ ଖୋଜେ ମୁଁ ତୁମକୁ

କାଶତଣ୍ଡୀ ଫୁଲ ମେଳେ।

ନଦୀ ପଠାରେ ମୁଁ ଦେଖୁଛି ଆକାଶେ

ତୁମକୁ ଚନ୍ଦ୍ରମା କୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational