STORYMIRROR

Pratikshya Senapati

Classics Inspirational

3  

Pratikshya Senapati

Classics Inspirational

ଶ୍ରୀକୃଷ୍ଣ ଜନ୍ମ

ଶ୍ରୀକୃଷ୍ଣ ଜନ୍ମ

1 min
279


ଆଉ ଥରେ ଆସି ଜନ୍ମ ନିଅ ପ୍ରଭୁ

ଦେବକୀ ମାତାର କୋଳେ।

ବସୁନ୍ଧରୀ ମାତା ଚାହିଁ ରହିଅଛି

ଖେଳିବ ଗୋପାଳ ମେଳେ।


ଗୋପ ଗୋପାଙ୍ଗନା ଯମୁନା ଝୁରୁଛି

ଝୁରୁଛି କଦମ୍ବ ମୂଳ।

ମୋମନ ଝୁ‌ରୁଛି ବାତ୍ସଲ୍ୟ ପ୍ରେମରେ

କରିବାକୁ ଟିକେ କୋଳ।


କୋଳର ଝୁଲଣା ସାଇତି ରଖିଛି

ଝୁଲାଇବି ନିତି ନିତି।

ହୃଦ ପଦ୍ମେ ମୁହିଁ ସ୍ଥାନ ରଖିଅଛି

ବସାଇବି ଯଥାରୀତି।


ଫୁଲ ଦୁର୍ବାକ୍ଷତ ଧୂପ ଦୀପ ଦେଇ

କରୁଛି ମୁହିଁ ସ୍ବାଗତ।

କୃଷ୍ଣ ଜନ୍ମ ଆଜି ପାଳନ ହେଉଛି

ବସୁମତୀ ଆଲୋକିତ।


ଶଙ୍ଖ ହୁଳହୁଳି ଉଛୁଳି ପଡୁଛି ପୁଷ୍ପ ବୃଷ୍ଟି ଦେବତାଏ।

କିଶୋଭା ଆଜି ଧରଣୀ ରାଣୀର

ମନ ମୋର ମୋହିନିଏ।


ନନ୍ଦ ଘରେ ଆଜି ଆନନ୍ଦ ଲାଗିଛି

ରାଜକୋଷ ଖୋଲାଅଛି।

ବସନ୍ତ ପବନ ଭାଦ୍ରବେ ବହୁଛି

ଚନ୍ଦ୍ରମା ଖାଲି ହସୁଛି।


ଆଉ ଥରେ କୃଷ୍ଣ ଜନ୍ମ ନିଅ ତୁମେ

କଂସ ବଧ କରି ଯାଅ।

ଧର୍ମର ସ୍ଥାପନେ ପାପର ଅନ୍ତିମେ

ତୁମେତ ଡିଣ୍ଡିମ ପାଅ।


ଅଗ୍ନି ର ଉତ୍ତାପେ ଶୀତ ଦାହ ହୁଏ

ତୁମ ନାମ ସମୀରଣ।

ପ୍ରଚଣ୍ଡ ରୌଦ୍ରର ଶୀତଳ ପବନ

ପାରି ହେଉ ମୋ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics